ତେହେରାନ, ୦୮/୦୪ : ବନ୍ଦ ହୋଇଛି ଯୁଦ୍ଧ । ଆଣ୍ଠେଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍ । ୩୮ ଦିନ ଧରି ଚାଲିଥିବା ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧରେ ବିରାମ ଲାଗିଛି । ଇରାନର 'ସମ୍ପୂର୍ଣ୍ଣ ସଭ୍ୟତା'କୁ ନିଶ୍ଚିହ୍ନ କରିଦେବାକୁ ଧମକ ଦେବାର ଗୋଟିଏ ଦିନ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଆଭିମୁଖ୍ୟ ବଦଳାଇଛନ୍ତି।ଖାଲି ଏତିକି ନୁହେଁ ଟ୍ରମ୍ପଙ୍କ ଯୁଦ୍ଧ ବିରତି ଘୋଷଣା ପରେ ଇରାନୀ ଗଣମାଧ୍ୟମ କିଛି ଭିଡିଓ ପୋଷ୍ଟ୍ କରିଛି । ଯେଉଁଥିରେ ଆମେରିକା ସେନାକୁ କଟାକ୍ଷ କରାଯାଇଛି । Also Read :-ଟ୍ରମ୍ପଙ୍କ ବଡ଼ ବୟାନ, କହିଲେ- ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶଙ୍କ ଉପରେ ଲଗାଇବେ ୫୦% ଟାରିଫ ଇରାନୀ ମିଡିଆର ଭିଡିଓ ଏସବୁ ଭିତରେ ଇରାନର ପ୍ରେସ୍ ଟିଭି ଏକ ଭିଡିଓ ପୋଷ୍ଟ୍ କରିଛି । ଯେଉଁଥିରେ ଆମେରିକାର ଯୁଦ୍ଧ ବିମାନ ଖସି ପଡିଥିବା ଦେଖିବାକୁ ମିଳିଛି ।
ଏହାସହ କ୍ୟାପ୍ସନରେ ଲେଖାଯାଇଛି ଯେ, ଆନିମେସନରେ ଆମେରିକାର ପରାଜୟକୁ ବର୍ଣ୍ଣନା କରାଯାଇଛି । ଆମେରିକା ହାରିଥିବାରୁ ଇରାନର ସମସ୍ତ ସର୍ତ୍ତ ମାନିବାକୁ ବାଧ୍ୟ ହୋଇଛି । ଟ୍ରମ୍ପ୍ ଦାବି କଲେ ବିଜୟ An animated reenactment of the operation depicting America’s major defeat in Isfahan and the escape mission; a defeat that forced the United States to accept Iran’s terms and request a ceasefire. Follow: https://t.co/mLGcUTS2ei https://t.co/kCOMOZR5mI pic.twitter.com/By6UgLOTey — Press TV (@PressTV) April 8, 2026 ଅସ୍ତ୍ରବିରତି ଲାଗୁ ହେବା ପରେ ଏଏଫପି (AFP) ନ୍ୟୁଜ୍ ଏଜେନ୍ସିକୁ ୟୁଏସ ପ୍ରେସିଡେଣ୍ଟ୍ ପ୍ରତିକ୍ରିୟା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, "ଏହା ୧୦୦ ପ୍ରତିଶତ ସମ୍ପୂର୍ଣ୍ଣ ଏବଂ ଚୂଡ଼ାନ୍ତ ବିଜୟ। ଏଥିରେ କୌଣସି ସନ୍ଦେହ ନାହିଁ।" ଆକ୍ରମଣ ପାଇଁ ଟ୍ରମ୍ପ ଦେଇଥିବା ଡେଡଲାଇନ୍ ଶେଷ ହେବାର ମାତ୍ର ଘଣ୍ଟାଏ ପୂର୍ବରୁ ଏହି ଚୁକ୍ତି ହୋଇଛି। "ଆମର ଏକ ୧୫-ସୂତ୍ରୀ ବୁଝାମଣା ହୋଇଛି, ଯେଉଁଥିରୁ ଅଧିକାଂଶ କଥା ଉପରେ ସହମତି ପ୍ରକାଶ ପାଇଛି" ବୋଲି ଟ୍ରମ୍ପ ପ୍ରକାଶ କରିଛନ୍ତି
