ଭୁବନେଶ୍ୱର ୦୧।୦୮: ଜୁନ୍ ଶୁଖିଲା ପଡ଼ିଲା। ଜୁଲାଇ ନିର୍ଧୁମ ଢାଳିଲା। ଏତେ ବର୍ଷା ଯେ ଅଧା ଓଡ଼ିଶାରେ ବର୍ତ୍ତମାନ ବନ୍ୟା ବିତ୍ପାତ ଲାଗି ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଜାରି କରିଥିବା ମୌସୁମୀର ଆଗାମୀ ଦୁଇ ମାସିଆ ପୂର୍ବାନୁମାନ କହୁଛି, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ବର୍ଷା କମ୍ ରହିପାରେ।କେବଳ ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବର କିଛି ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ । ଓଡ଼ିଶାରେ ବି ବର୍ଷା କମ୍ ରହିପାରେ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ପ୍ରାୟତଃ ନିଅଣ୍ଟିଆ ସ୍ଥିତି ଦେଖିବାକୁ ମିଳିପାରେ । -LPG Cylinder Price Cut: ଶସ୍ତା ହେଲା କମର୍ସିଆଲ୍ ସିଲିଣ୍ଡର; ଦିଲ୍ଲୀରେ କମିଲା ୨୦୨ ଟଙ୍କା, ଘରୋଇ LPG ଦରରେ ହୋଇନି କୌଣସି ପରିବର୍ତ୍ତନ ଉପକୂଳ, ଉତ୍ତର, ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା କମ୍ ରହିପାରେ ।
ମୋଟ ଉପରେ ଆଗାମୀ ଦୁଇ ମାସରେ (ଅଗଷ୍ଟ ଓ ସେପ୍ଟେମ୍ବର) ଓଡ଼ିଶା ସମେତ ଦେଶରେ ବର୍ଷା ସ୍ୱାଭାବିକଠାରୁ କମ୍ ରହିବା ସମ୍ଭାବନା ଅଛି । ଓଡ଼ିଶାର କୌଣସି ଅଞ୍ଚଳରେ ଅଧିକ ବର୍ଷା ହେବା ନେଇ ସମ୍ଭାବନା ଦେଖାଯାଉନି । ବର୍ତ୍ତମାନର ପାଣିପାଗ ଆକଳନ ଅନୁସାରେ ଶନିବାର ରାଜ୍ୟରେ ବଡ଼ ବର୍ଷା ନାହିଁ। କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ରବିବାର (ଅଗଷ୍ଟ ୨) ଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ। ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୪ରୁ ୬ ତାରିଖ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
