Dailyhunt

Weather Update: ଓଡ଼ିଶାକୁ ମାଡ଼ିଆସିଲା ୭୫୦ କିମି ଯାଏ ବିଶାଳ ମେଘମାଳା, ୪ ଦିଗରୁ ଦେଖାଇଲା କୋପ

NEWS7 1 week ago
 ଭୁବନେଶ୍ଵର,୦୧/୦୫: କୁଆଡ଼େ କିଛି ନଥିଲା। ଦିନରେ ଖରାଟିଆ ପାଗ । ସନ୍ଧ୍ୟା ସନ୍ଧ୍ୟା ବେଳକୁ ମାଡ଼ି ଆସିଲା କଳା କଳାହାଣ୍ଡିଆ ମେଘ। ଘଣ୍ଟାଏରୁ ଅଧିକ ସମୟ ଧରି ନିର୍ଧୂମ ବର୍ଷିଲା । କମିଗଲା ସିନା ପୁଣି ରାତିକୁ ଆସିଲା ଝଡବର୍ଷା। ଏହାର କାରଣ ଥିଲା ଓଡ଼ିଶାକୁ ଆସିଥିଲା ବିଶାଳ ବାରିବାହ। ଦକ୍ଷିଣ ଓଡ଼ିଶାରୁ ବିହାର ପର୍ଯ୍ୟନ୍ତ ୭୫୦ କିମି ଲମ୍ବା ମେଘ ବଳୟ ଉପକୂଳ ଆଡ଼କୁ ମାଡ଼ିଆସିଥିଲା।
ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶା-ପଶ୍ଚିମରେ କୋପ ଦେଖାଇଥିଲା। ପରେ ଉତ୍ତର ଓଡ଼ିଶା ସମଗ୍ର ଉପକୂଳକୁ ପ୍ରଭାବିତ କରିଥିଲା। ରାତି ସାରା ଝଡ଼ ବର୍ଷା ସହ ବିଜୁଳି ଘଡ଼ଘଡି ଲାଗିରହିଥିଲା। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, କାଳବୈଶାଖୀ ଯୋଗୁଁ ବର୍ତ୍ତମାନ ଓଡ଼ିଶାରେ ଗ୍ରୀଷ୍ମ ପ୍ରଭାବ ରହିବନି ।

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ ସହ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବ। ଯାହାକି ପରବର୍ତ୍ତୀ ୫-୬ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି । ⚡ Severe Lightning Alert Across North, East, Central and South India ⚡ Intense lightning activity has been detected across multiple regions, signaling potentially dangerous weather conditions. Affected Areas: Uttar Pradesh Jharkhand Parts of Bihar West Bengal Odisha Madhya… pic.twitter.com/RdMvrGZBNg — India Meteorological Department (@Indiametdept) April 30, 2026 ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ । ଆଜି ପାଇଁ ୨୩ ଜିଲ୍ଲାକୁ ଝଡ଼ ବର୍ଷା ନେଇ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7