Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

Woman Jumps into Mahanadi: ସ୍ବାମୀ-ସ୍ତ୍ରୀ ବୁଲିବାକୁ ଯାଉଥିଲେ, ଗାଡ଼ି ଅଟକାଇ ନଦୀକୁ ଡେଇଁପଡ଼ିଲେ ମହିଳା

NEWS7 2 weeks ago
 ସୁବର୍ଣ୍ଣପୁର ୩୧।୫: ମହାନଦୀକୁ ଡେଇଁଲେ ମହିଳା । ସୋନପୁର ମହାନଦୀ ସେତୁରୁ ମହିଳା ଜଣକ ଡେଇଁ ପଡ଼ିଥିବା ବେଳେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସ୍ଥାନୀୟ ଯୁବକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । କେଉଁ କାରଣରୁ ଡେଇଁଲେ ସ୍ପଷ୍ଟ ଜଣାପଡି ନାହିଁ । ମହିଳା ଜଣକ ସଦର ବ୍ଲକ କଇଁଫୁଲ ଗାଁର ହୋଇଥିବା ସୂଚନା ।
ସୂଚନାଯୋଗ୍ୟ ଯେ, ସ୍ୱାମୀ-ସ୍ତ୍ରୀ ଉଭୟେ ଘରୁ ବାହାରି ମେଟାକାନି ବୁଲିବାକୁ ଯାଉଥିବା ବେଳେ ମହାନଦୀ ସେତୁ ଉପରେ ମହିଳା ଜଣକ ଗାଡ଼ି ଅଟକାଇବା ପାଇଁ କହିଥିଲେ । ଗାଡ଼ି ଅଟକିବା ପରେ ସେ ଯାଇ ନଦୀକୁ ଡେଇଁ ପଡ଼ିଥିଲେ । - ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ଘଟଣାରେ ଆକ୍ସନ, ବଦଳିଲେ ଥାନା ଆଇଆଇସି ତେବେ ପାଣିରେ ପଡ଼ିଥିବାରୁ ବିଶେଷ କିଛି ହୋଇନାହିଁ । ତୁରନ୍ତ ଗାଧାଉଥିବା କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ ବିଭାଗ ତାଙ୍କୁ ମହାନଦୀରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏବେ ମହିଳାଙ୍କ ଅବସ୍ଥା ଠିକ୍ ଥିବା ଜଣାପଡିଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7