Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ୟୁକ୍ରେନ ରାଜଧାନୀରେ ରୁଷର ଭୟଙ୍କର ଆକ୍ରମଣ: ୨୭ ମୃତ, ୫୦ରୁ ଅଧିକ ବିଲ୍ଡିଂ ଧ୍ବଂସ

NEWS7 6 days ago
 ନୂଆଦିଲ୍ଲୀ: ୟୁକ୍ରେନର ରାଜଧାନୀ କିଭ୍ ନିକଟସ୍ଥ ବୁଚା ଜିଲ୍ଲାରେ ରୁଷ ଦ୍ୱାରା ହୋଇଥିବା ଆକ୍ରମଣରେ ୨୭ ଜଣ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ ତିମୁର ଟକାଚେଙ୍କୋଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୫୦ରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଘର ଓ ରେଷ୍ଟୋରାଣ୍ଟକୁ ବ୍ୟାପିଯାଇଥିଲା ବୋଲି ସେ କହିଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବିବୃତ୍ତିରେ କହିଛନ୍ତି ଯେ, ମାଇଲା ଗ୍ରାମରେ ଥିବା ଏକ ଗୋଦାମ ଘର ଉପରେ କ୍ଷେପଣାସ୍ତ୍ର ମାଡ଼ ହେବା ପରେ ସେଠାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଆବାସିକ ଅଞ୍ଚଳ ନିକଟରେ ଗୋଳାବାରୁଦ ମହଜୁଦ ରଖିବା ନିୟମବିରୋଧୀ ହୋଇଥିବାରୁ ଏହି ଘଟଣାରେ ସରକାରୀ ଅବହେଳା ଅଭିଯୋଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଏହି ଆକ୍ରମଣରେ ବୃଦ୍ଧ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଥିବା ଏକ ସେବାଶ୍ରମ ଏବଂ ଅନେକ ଆବାସିକ କୋଠା ନଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ୩୭୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏହା ପୂର୍ବରୁ ଅଗଷ୍ଟ ୧୦ରେ ରୁଷରେ ଆକ୍ରମଣ କରିଥିଲା ୟୁକ୍ରେନ । ସେପଟେ ରୁଷର ଆକ୍ରମଣକୁ ସାଢ଼େ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିବା ବେଳେ, କିଭ୍ରେ କ୍ରମାଗତ ତିନି ଦିନ ଧରି ଚାଲିଥିବା ଏୟାର-ରେଡ୍ ଚେତାବନୀ ସାଧାରଣ ଜୀବନଯାତ୍ରା ଓ ଅର୍ଥନୀତିକୁ ଗମ୍ଭୀର ଭାବରେ ପ୍ରଭାବିତ କରିଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7