Dailyhunt
ଆଜି ପୁରା ଓଡ଼ିଶାରେ ବର୍ଷିବ

ଆଜି ପୁରା ଓଡ଼ିଶାରେ ବର୍ଷିବ

Reporters Today 1 week ago

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଆଜି ପୁରା ଓଡ଼ିଶାରେ ବର୍ଷିବ । ଆଜି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଝଡ଼, ବର୍ଷା ସାଙ୍ଗକୁ ବର୍ଷା। କଟକ, ଭୁବନେଶ୍ବର ସମେତ ପୁରୀରେ ବି ସକାଳୁ ସକାଳୁ ବର୍ଷା। ଅସ୍ତରଙ୍ଗରେ ହଠାତ ମାଡି ଆସିଲା କାଳ ବୈଶାଖୀ। ସକାଳୁ ସକାଳୁ କଳା ହାଣ୍ଡିଆ ମେଘ ବାଦଲ ସାଙ୍ଗକୁ ପବନ ବର୍ଷା ଆରମ୍ଭ ହୋଇଯାଇଛି।

କାଳବୈଶାଖୀ ପାଇଁ ଓଡ଼ିଶାକୁ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି । ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିଭଳି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ ଏବଂ ମୟୂରଭଞ୍ଜରେ ପ୍ରବଳ କୁଆପଥର ବର୍ଷା ସମ୍ଭାବନା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାକି ସମସ୍ତ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ଘଣ୍ଟାପ୍ରତି ପବନର ବେଗ ୫୦ରୁ ୬୦ କିମି ଛୁଇଁପାରେ ।

ଏବେ ବର୍ଷା ଘଡଘଡି ପବନ ପୁରା ଅସ୍ତରଙ୍ଗ ଅଞ୍ଚଳକୁ ପ୍ରଭାବିତ କରି ରଖିଛି। ରାଜ୍ୟରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଳାଶୀ ବର୍ଷା। ବାକି ଜିଲ୍ଲା ଗୁଡ଼ିକରେ ପବନର ବେଗ ୩୦ରୁ ୫୦ କିମି ବେଗରେ ରହିବ । ସେହିଭଳି ଆସନ୍ତାକାଲି ମଧ୍ୟ ପୁରା ରାଜ୍ୟରେ ଲାଗି ରହିବ କାଳବୈଶାଖୀ ବର୍ଷା । ପ୍ରଭାବରେ ପୁରା ରାଜ୍ୟରେ ବର୍ଷିବ । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ଆସନ୍ତା ୬ରୁ ୭ ଦିନ ମଧ୍ୟରେ ଦିନ ତାମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନି। ଆଜି ଉତ୍ତର ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହିତ ଝଡ଼ ବର୍ଷା ହେବାର ସମ୍ଭାବନା ଅଧିକ ରହିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today