Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଶାୟୀ ଶିକ୍ଷକଙ୍କ ଆନ୍ଦୋଳନକୁ ଛାତ୍ର କଂଗ୍ରେସର ସମର୍ଥନ

ଆଶାୟୀ ଶିକ୍ଷକଙ୍କ ଆନ୍ଦୋଳନକୁ ଛାତ୍ର କଂଗ୍ରେସର ସମର୍ଥନ

Reporters Today 6 days ago

ଲୋୟର ପିଏମ୍‌ଜି, ଭୁବନେଶ୍ୱରରେ ଆଶାୟୀ ଶିକ୍ଷକ ସଂଘ ପକ୍ଷରୁ ଚାଲିଥିବା ଧାରଣା ଓ ଆନ୍ଦୋଳନକୁ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସମର୍ଥନ ଜଣାଇଛି। ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର ଆନ୍ଦୋଳନସ୍ଥଳରେ ପହଞ୍ଚି ଆଶାୟୀ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ସେ ଆଶାୟୀ ଶିକ୍ଷକମାନଙ୍କ ନିଯୁକ୍ତି, ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରି ସେମାନଙ୍କ ନ୍ୟାୟସଙ୍ଗତ ଦାବି ପ୍ରତି ଛାତ୍ର କଂଗ୍ରେସର ସମର୍ଥନ ରହିଥିବା କହିଥିଲେ।

ଆଶାୟୀ ଶିକ୍ଷକମାନଙ୍କ ଦାବିର ଶୀଘ୍ର ସମାଧାନ କରିବା ସହ ନିଯୁକ୍ତି ପ୍ରକ୍ରିୟାରେ ତୁରନ୍ତ ପଦକ୍ଷେପ ନେବାକୁ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି।

ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, "ଯେଉଁ ଯୁବକ-ଯୁବତୀମାନେ ଶିକ୍ଷକ ହେବାର ଆଶା ନେଇ ଦୀର୍ଘଦିନ ଧରି ଅପେକ୍ଷା କରୁଛନ୍ତି, ସେମାନଙ୍କ ଭବିଷ୍ୟତ ସହ ସରକାର ଖେଳିବା ଉଚିତ ନୁହେଁ। ସରକାର ତୁରନ୍ତ ଆଶାୟୀ ଶିକ୍ଷକମାନଙ୍କ ଦାବି ଉପରେ ଆଲୋଚନା କରି ସମାଧାନର ବାଟ ବାହାର କରନ୍ତୁ।" ସେ ଆହୁରି କହିଛନ୍ତି ଯେ, ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ଆଶାୟୀ ଶିକ୍ଷକମାନଙ୍କ ଦାବି ପୂରଣ ଓ ନିଯୁକ୍ତି ସମ୍ପର୍କରେ ସରକାର ସ୍ପଷ୍ଟ ପଦକ୍ଷେପ ନ ନେଲେ, ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ସହ ବିଧାନସଭା ଘେରାଉ କରିବାକୁ ବାଧ୍ୟ ହେବ। ଆଶାୟୀ ଶିକ୍ଷକମାନଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ସେମାନଙ୍କ ସହ ରହିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସ୍ପଷ୍ଟ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today