Dailyhunt
ଦଣ୍ଡ ନୃତ୍ୟ ପାଇଁ ଚର୍ଚ୍ଚାରେ ନୟାଗଡ଼ ର ସଠିଆପଲ୍ଲୀ ଗାଁ

ଦଣ୍ଡ ନୃତ୍ୟ ପାଇଁ ଚର୍ଚ୍ଚାରେ ନୟାଗଡ଼ ର ସଠିଆପଲ୍ଲୀ ଗାଁ

Reporters Today 1 week ago

ଚାଲିଛି ଚୈତ୍ର ମାସ ଦଣ୍ଡ ଯାତ୍ରା ପର୍ବ। ଗାଁ ଗାଁ ରେ ବୁଲୁଛନ୍ତି ମା ଦଣ୍ଡ କାଳୀ ଓ ବାନାମ୍ବର। ଦଣ୍ଡ ଯାତ୍ରା ଏବଂ ଦଣ୍ଡ ନୃତ୍ୟ ନେଇ ଚର୍ଚ୍ଚାରେ ନୟାଗଡ଼ର ସଠିଆପଲ୍ଲୀ ଗାଁ। ଓଡ଼ିଆ ଅସ୍ମିତାର ଲୋକନାଟ୍ୟ ପରମ୍ପରାରେ ଦଣ୍ଡ ଯାତ୍ରା ସଂସ୍କୃତି ପ୍ରାଚୀନ। ଏହି ଲୋକନାଟ୍ୟ ଦଣ୍ଡ ଯାତ୍ରାର ମୁଖ୍ୟ ଆରାଧ୍ୟ ଦେବୀ ଓ ଦେବତା ହେଉଛନ୍ତି ମା କାଳୀ ଏବଂ ଶିବଶଙ୍କର।

ନୟାଗଡର ଦଣ୍ଡ ଯାତ୍ରା ଏବଂ ଏହାର ପୌରାଣିକ ନୃତ୍ୟ ବେଶ ଆକର୍ଷଣୀୟ। ନୟାଗଡ଼ ରେ ଚାଲିଛି ଦଣ୍ଡ ଯାତ୍ରା ର ମାହୋଲ। ନିଷ୍ଠା ଭକ୍ତି ଏବଂ ଉପାସନାର ପର୍ବ ଏହି ଦଣ୍ଡ ଯାତ୍ରା। ଏଥିପାଇଁ ଏବେ ଗାଁ ଠୁ ସହର ପୁର ପଲ୍ଲି ସବୁଠି ଦେବ ଦେବ ମହା ଦେବଙ୍କ ନାମ ଧୋନି। ଏହି ଯାତ୍ରାରେ ଦଣ୍ଡ କାଳୀ ଏବଂ ବାନାମ୍ବର ଧରି ଦଣ୍ଡୁଆ ଭକ୍ତ ମାନେ ବିଭିନ୍ନ ଗାଁ ପରିକ୍ରମା କରି ଯାତ୍ରା କରିଥାନ୍ତି। ଦୀନ ତମାମ କାଷ୍ଟା ଉପବାସ ରହି ସନ୍ଧ୍ୟାରେ ପଣା ସେବନ କରିଥାନ୍ତି। ମା କାଳୀ ଏବଂ ଶିବଙ୍କର ଏହି ଦଣ୍ଡ ଯାତ୍ରା ହୋଇଥିବାରୁ ଏଥିରେ ସାମିଲ ହେଉଥିବା ଦଣ୍ଡୁଆ ମାନଙ୍କୁ ନିଷ୍ଠା ସହ ଏକ ମାସ ରହିବାକୁ ପଡ଼ିଥାଏ। କେଉଁ ଆବାହନ କାଳ ରୁ ଏହି ଦଣ୍ଡ ଯାତ୍ରା କୁ ଦଣ୍ଡୁଆ ମାନେ ଚୈତ୍ର ମାସ ପ୍ରଚଣ୍ଡ ରୌଦ୍ରତାପରେ ଦିନ ତମାମ ଉପବାସ ରହି ପାଳନ କରିବାର ପରମ୍ପରା ରହିଛି।

ବିଶେଷ କରି ଏହି ଦଣ୍ଡ ଯାତ୍ରା ନୟାଗଡ଼ର ସଠିଆପଲ୍ଲୀ, ଜେମାଦେଇପୁର ପାଟଣା, ଖୁଟୁବନ୍ଧ, ବଢିଆ ସାହି, ଦୁର୍ଗାପ୍ରସାଦ, ଦେଉଳ ପଲ୍ଲୀ, ଘଡୁଆଳ, ସିନ୍ଦୁରିଆ, ଚଣ୍ଡିବସ୍ତ, ଭାଟସାହି, ଜୟପୁର ଭଳି ଗାଁରେ ଉତ୍ସାହର ସହ ପାଳିତ ହେଉଛି। ବିଧି ଅନୁଯାୟୀ ୨୧, ୧୮, ୧୩ ଏବଂ ୮ ଦିନିଆ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏଥିରେ ସାମିଲ ହେଉଥିବା ଦଣ୍ଡୁଆ ମାନେ ବ୍ରତ ଧାରଣ କରିଥାନ୍ତି। ସେତିକି ଦିନ ଘର ପରିବାର ଲୋକଙ୍କ ଠାରୁ ଦୂରେଇ ରହିଥାନ୍ତି। ଗତ ପାଞ୍ଚ ବର୍ଷ ହେଲା ସଠିଆପଲ୍ଲୀ ଗାଁର ଲୋକ ମାନେ ଏହି ଦଣ୍ଡ ପର୍ବକୁ ୧୭ ଦିନ ଧରି ପାଳନ କରି ଆସୁଛନ୍ତି। ଏଥିପାଇଁ ଗତ ମାସ ୨୮ ତାରିଖ ଠାରୁ ଦଣ୍ଡ ଠାକୁରଙ୍କ ପାଣିତୋଳା ଆରମ୍ଭ ହୋଇଛି। ଏଥିପାଇଁ ପ୍ରତିଦିନ ସନ୍ଧ୍ୟାରେ ପୁଷ୍କରିଣୀରେ ସ୍ନାନଯାତ୍ରା କରିବା ପରେ ବାଲୁଙ୍କେଶ୍ୱର ଠାକୁରଙ୍କୁ ସ୍ମରଣ କରି ଦଣ୍ଡୁଆ ମାନେ ଗାଁ ପରିକ୍ରମା କରି ଧୂଳି ଦଣ୍ଡ ଖେଳ ସହ ଦଣ୍ଡ ନୃତ୍ୟ ପରିବେଷଣ କରିଥାନ୍ତି। ଏହା ଦେଖିବା ପାଇଁ ବେଶ ଆକର୍ଷଣୀୟ ହୋଇଥାଏ। ଦଣ୍ଡ ଯାତ୍ରା ଏବଂ ନୃତ୍ୟ ପାଇଁ ଚର୍ଚ୍ଚାରେ ଥିବା ସଠିଆପଲ୍ଲୀ ଗାଁ ଦଣ୍ଡ ଠାକୁର ଏବେ ବିଭିନ୍ନ ଗାଁ ପରିଭ୍ରମଣ କରୁଥିବାରୁ ଏହି ପର୍ବ କୁ ନିଷ୍ଠାର ସହ ପାଳନ କରିଥାନ୍ତି ଦଣ୍ଡୁଆମାନେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today