Dailyhunt
ଏପ୍ରିଲ ଆରମ୍ଭରୁ ଡରେଇଲାଣି ତାତି

ଏପ୍ରିଲ ଆରମ୍ଭରୁ ଡରେଇଲାଣି ତାତି

Reporters Today 3 weeks ago

ରେଇଲାଣି ତାତି । ଏପ୍ରିଲ ଆରମ୍ଭରୁ ଉପକୂଳରୁ ପଶ୍ଚିମ, ଉତ୍ତରରୁ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଟାଇଁଟାଇଁ ଖରା । ଦୁଇ ଦିନ ଭିତରେ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି । ଦିନ ୧୧ ରୁ ପଦାକୁ ବାହାରିବା କଷ୍ଟ କର ହେଇ ପଡ଼ୁଚି । ଏବେଠୁ ଅସହ୍ୟ ଖରା କଲବଲ କଲାଣି । ଉପକୂଳରେ ଆର୍ଦ୍ରତା ଅଧିକ ଯୋଗୁଁ ଗୁଳୁଗୁଳି ନୟାନ୍ତ କରୁଛି। ଦିନ ସାଢେ ୧୧ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୩୯.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।

ପାଖାପାଖି ୪୦ ଡିଗ୍ରୀ ତାପମାତ୍ରା ରହୁଛି ।

ଆଗକୁ ତାପମାତ୍ରା ବଢିବା ନେଇ ଆଗୁଆ ଆକଳନ କରିଚି ପାଣିପାଗ ବିଭାଗ । ରାଜଧାନୀ ଭୁବନେଶ୍ବରରେ ପାରଦ ୩୬.୨, ଚାନ୍ଦବାଲି-୩୬.୪ ଡିଗ୍ରି, ବାଲେଶ୍ବରରେ ୩୭ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ଦିନ ୧୧ଟା ୩୦ ସୁଦ୍ଧା ଆର୍ଦ୍ରତା ଯଦି ଦେଖିବା, ପାରାଦୀପରେ ସର୍ବାଧିକ ୭୦ ପ୍ରତିଶତ ଆଦ୍ରତା ରହିଛି। ପୁରୀରେ ୬୯ %, ଗୋପାଳପୁରରେ ୬୭ %, ଚାନ୍ଦବାଲି- ୫୩%, ଭୁବନେଶ୍ୱର-୫୨%, ବାଲେଶ୍ୱରରେ ୪୫%, ସମ୍ବଲପୁରରେ ୪୧ % ଓ ହୀରାକୁଦରେ ୪୦% ଆଦ୍ରତା ରେକର୍ଡ ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today