Dailyhunt
ଇରାନ ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ, ଦୂତାବାସ ଜାରି କଲା ଆଡଭାଇଜରୀ

ଇରାନ ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ, ଦୂତାବାସ ଜାରି କଲା ଆଡଭାଇଜରୀ

Reporters Today 1 week ago

New Delhi: ଇରାନରେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି। ଇରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଜରୁରୀ ଆଡଭାଇଜରୀ ଜାରି କରାଯାଇଛି। ଯେଉଁମାନେ ଏପର୍ଯ୍ୟନ୍ତ ଇରାନରେ ରହିଛନ୍ତି ସେମାନଙ୍କୁ ଶୀଘ୍ର ଭାବେ ଦେଶ ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି।

ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଯାତ୍ରା ପୂର୍ବରୁ ଦୂତାବାସ ସହ ଯୋଗାଯୋଗ କରି ନିର୍ଦ୍ଦେଶିତ ରୁଟ୍ ଅନୁସରଣ କରିବା ଆବଶ୍ୟକ।

ଏହାସହିତ, ଦୂତାବାସର ପରାମର୍ଶ ବିନା କୌଣସି ଅନ୍ୟ ଅନ୍ତର୍ଜାତୀୟ ସୀମାକୁ ଯିବାକୁ ମନା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ନିର୍ଦ୍ଦେଶଗୁଡ଼ିକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। ଭାରତୀୟଙ୍କ ସହଯୋଗ ପାଇଁ ଦୂତାବାସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ଜରୁରୀ ସମୟରେ ନିମ୍ନଲିଖିତ ନମ୍ବରଗୁଡ଼ିକରେ ଯୋଗାଯୋଗ କରିପାରିବେ-

୯୮୯୧୨୮୧୦୯୧୧୫
୯୮୯୧୨୮୧୦୯୧୦୨
୯୮୯୧୨୮୧୦୯୧୦୯
୯୮୯୯୩୨୧୭୯୩୫୯

ଭାରତୀୟ ଦୂତାବାସ ସମସ୍ତଙ୍କୁ ସତର୍କ ରହି ସୁରକ୍ଷିତ ଭାବେ ଦେଶକୁ ଫେରିବାକୁ ଅନୁରୋଧ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today