Dailyhunt
ଜୁନାଗଡ଼ ସ୍ୱସ୍ତି ଦାନ୍ତ ଚିକିତ୍ସାଳୟରେ CBCT ସୁବିଧା ଉଦଘାଟିତ

ଜୁନାଗଡ଼ ସ୍ୱସ୍ତି ଦାନ୍ତ ଚିକିତ୍ସାଳୟରେ CBCT ସୁବିଧା ଉଦଘାଟିତ

Reporters Today 1 day ago

ଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଅବସ୍ଥିତ ସ୍ବସ୍ତି ଦାନ୍ତ ଚିକିତ୍ସାଳୟରେ ଆଧୁନିକ ଦାନ୍ତ ଚିକିତ୍ସା ପାଇଁ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଏଠାରେ CBCT (କୋନ ବିମ୍ କମ୍ପ୍ୟୁଟେଡ୍ ଟୋମୋଗ୍ରାଫି) ସୁବିଧାର ଉଦ୍ଘାଟନ ହୋଇଥିବାରୁ ରୋଗୀମାନେ ଏବେ ଅଧିକ ସଠିକ୍ ଓ ସୁରକ୍ଷିତ ଚିକିତ୍ସା ପାଇପାରିବେ। ଉଦ୍ଘାଟନୀ ସମୟରେ ସ୍ଥାନୀୟ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଡାକ୍ତର ସୌମ୍ୟ ରଞ୍ଜନ ବେହେରା, ରୁଦ୍ର ପ୍ରସାଦ ବେହେରା, ମହେଶ ସାହୁ ଓ ଶାଶ୍ଵତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ,ପୂର୍ବରୁ ସାଧାରଣ ଏକ୍ସରେ ମାଧ୍ୟମରେ ସୀମିତ ତଥ୍ୟ ମିଳୁଥିଲେ ମଧ୍ୟ, CBCT ତକନିକ ଦ୍ୱାରା ଦାନ୍ତ, ଜହ୍ନ ହାଡ଼ ଓ ନର୍ଭର ତିନିମାତ୍ରିକ (3D) ଭିଜୁଆଲ୍ ସ୍ପଷ୍ଟ ଭାବରେ ଦେଖାଯାଉଛି।

ଏହା ଡାକ୍ତରମାନଙ୍କୁ ଚିକିତ୍ସାର ସଠିକ୍ ପ୍ରୟୋଜନା କରିବାରେ ବହୁତ ସହାୟତାକରୁଛି।ବିଶେଷଜ୍ଞଙ୍କ ମତରେ ଚିକିତ୍ସକମାନଙ୍କ ମତାନୁସାରେ, CBCT ତକନିକ ଦ୍ୱାରା ରୋଗୀଙ୍କୁ ଶୀଘ୍ର ଓ ନିଖୁତ ଚିକିତ୍ସା ଦେବା ସମ୍ଭବ ହେଉଛି। ଏହା ଚିକିତ୍ସାର ଗୁଣବତ୍ତାକୁ ବଢ଼ାଇଛି।ଏହି ସୁବିଧା ଆରମ୍ଭ ହେବାରୁ ଜୁନାଗଡ଼ ଓ ପାଶ୍ୱର୍ବତୀ ଅଞ୍ଚଳର ଲୋକମାନେ ଏବେ ବଡ଼ ସହରକୁ ଯିବା ଛାଡ଼ି ଏଠାରେ ହିଁ ଆଧୁନିକ ଦାନ୍ତ ଚିକିତ୍ସା ସୁବିଧା ଉପଭୋଗ କରିପାରୁଛନ୍ତି।ଜୁନାଗଡ଼ ସହରରେ ସ୍ବସ୍ତି ଦାନ୍ତ ଚିକିତ୍ସାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ଆଧୁନିକ ପଦକ୍ଷେପ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ନୂତନ ଦିଗ ଦେଖାଇଛି।ଏହାକୁ ନେଇ ଅଂଚଳରେ ଆସ୍ୱସ୍ତି ପ୍ରକାଶ ପାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today