Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଲଭେଟ ଭିତରୁ ଉଦ୍ଧାର ହେଲା ଅଚିହ୍ନା ଅଜଣା ଯୁବକର ମୃତ ଦେହ

କଲଭେଟ ଭିତରୁ ଉଦ୍ଧାର ହେଲା ଅଚିହ୍ନା ଅଜଣା ଯୁବକର ମୃତ ଦେହ

Reporters Today 2 weeks ago

ଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନୁଆଡିହି ପଞ୍ଚାୟତ ଏରସମା-ଚଟୁଆ ମୁଖ୍ୟ ରାସ୍ତା ନିକଟ ଜଳଉ ଠାରେ ଆଜି ସକାଳୁ ଏକ କଲଭେଟ ଭିତରୁ ଅଜଣା ଅଚିହ୍ନା ଯୁବକ ର ମୃତ ଦେହ ମିଳିଛି। ପ୍ରଥମେ ମଇଁଷି ଜଗୁଆଳି ମାନେ ମଇଁଷି ନେଇ ଯାଉଥିବାବେଳେ ନଜର ପଡ଼ିଥିଲା ସେହି କଲଭେଟ ଭିତରକୁ।ଏକ ଯୁବକ ମରିପଡ଼ିଥିବା ଦେଖି ନିକଟରେ ଚିଙ୍ଗୁଡ଼ି ଘେରି କରିଥିବା ମନୋରଞ୍ଜନ ରାଉତ ଙ୍କୁ ଜଣାଇଥିଲେ।ଯାହାଫଳରେ ମନୋରଞ୍ଜନ ରାଉତ ଏହାକୁ ଦେଖି ଏରସମା ଥାନା କୁ ଖବର ଦେଇଥିଲେ।ଏରସମା ଥାନା ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଯୁବକ ବିଷୟରେ ପଚରା ଉଚରା କରିଥିଲେ।

ଅଗ୍ନିଶ୍ରମ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଯୁବକର ମୁହଁ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା। ଯୁବକ ବିଷୟରେ ସଠିକ ଖବର ନ ମିଳିବାରୁ ପୋଲିସ ସାଇନ୍ତିଫିକ ଟିମ୍ କୁ ଖବର ଦେବା ସହ ଶବକୁ ବ୍ୟବଚ୍ଛଦ କରିବା ପାଇଁ କୁଜଙ୍ଗକୁ ପଠାଇଛି।ଅଧିକ ତଦନ୍ତ ଜାରି ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today