Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାଡ଼ିଗଲା ଟ୍ରକ୍; ୪ ମୃତ, ୩ ଗୁରୁତର

ମାଡ଼ିଗଲା ଟ୍ରକ୍; ୪ ମୃତ, ୩ ଗୁରୁତର

Reporters Today 2 days ago

ସେଲ୍‌ଫି ନିଶା ହେଲା କାଳ । ହାଇୱେରେ ଗାଡ଼ି ଅଟକାଇ ଫଟୋ ଉଠାଉଥିବା ବେଳେ ମାଡ଼ି ଆସିଲା ଟ୍ରକ୍‌। ଚାଲିଗଲା ୪ ଜଣଙ୍କ ଜୀବନ, ଆଉ ୩ ଜଣ ଗୁରୁତର। ଉତ୍ତରପ୍ରଦେଶର ବାରାଣସୀ ଜିଲ୍ଲା ମିର୍ଜାମୁରାଦ ଥାନା ଅଞ୍ଚଳର ରୂପାପୁର ନିକଟ ଜାତୀୟ ରାଜପଥ-୧୯ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

ବିନ୍ଧ୍ୟାଚଳ ଧାମରେ ଦର୍ଶନ ସାରି ୭ ଜଣ ବନ୍ଧୁ ଏକ ସ୍କର୍ପିଓରେ ଫେରୁଥିଲେ।

ସୋମବାର ଭୋର୍‌ ପ୍ରାୟ ୬ଟା ସମୟରେ ପ୍ରୟାଗରାଜ-ବାରାଣସୀ ହାଇୱେର ଏକ ଓଭରବ୍ରିଜ୍‌ ନିକଟରେ ସେମାନେ ଗାଡ଼ି ଅଟକାଇଥିଲେ। ରେଲିଂ ପାଖରେ ଠିଆ ହୋଇ ସେଲ୍‌ଫି ନେଉଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସିଥିବା ଏକ ଟ୍ରକ୍‌ ସ୍କର୍ପିଓ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ମର୍ମନ୍ତୁଦ ଥିଲା ଯେ ଦୁଇ ଜଣ ପ୍ରାୟ ୩୦ ଫୁଟ୍‌ ଉଚ୍ଚ ଓଭରବ୍ରିଜ୍‌ରୁ ତଳକୁ ଖସିପଡ଼ିଥିଲେ। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍‌ ନିଆଯାଇଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today