Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ଉପଲକ୍ଷେ ପ୍ରାକ୍-ପ୍ରସ୍ତୁତି ବୈଠକ ଅନୁଷ୍ଠିତ.

ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ଉପଲକ୍ଷେ ପ୍ରାକ୍-ପ୍ରସ୍ତୁତି ବୈଠକ ଅନୁଷ୍ଠିତ.

Reporters Today 1 week ago

ଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆସନ୍ତା ରଥ ଯାତ୍ରା ପାଳନ ଉପଲକ୍ଷେ ପ୍ରାକ୍-ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମାଧବ ନନ୍ଦ ନାୟକ, ପାରଳା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ,ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା ଓ ବରିଷ୍ଠ ନାଗରିକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।

ଆଜିର ଏହି ପ୍ରସ୍ତୁତି ବୈଠକରେ ପ୍ରଥମେ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରି ପୂର୍ବ ବର୍ଷର ଆଦାୟ ଓ ଖର୍ଚ୍ଚ ବିଷୟରେ ବିବରଣୀ ପାଠ କରି କହିଥିଲେ ଗତ ଥର ସମସ୍ତଙ୍କ ସହଯୋଗରେ ଅତ୍ୟନ୍ତ ସଫଳତାର ସହ ରଥ ଯାତ୍ରା ଏବଂ ଯାତ୍ରା ସହ ସମ୍ପୃକ୍ତ ଥିବା ସମସ୍ତ କମିଟି ମେମ୍ବର ମାନଙ୍କୁ ସାଧୁବାଦ ଜଣାଇଥିଲେ । ପରେ ପରେ ରଥ ନିର୍ମାଣ ଓ ମରାମତି ସମ୍ପର୍କରେ ସବିଶେଷ ଭାବେ ଆଲୋଚନା ହୋଇଥିଲା । ଏଥିନିମନ୍ତେ କେଉଁ ଠାରୁ କାଠ ଆସିବ ଏବଂ କେତେ ପରିମାଣର ନୂତନ କାଠ ଆବଶ୍ୟକ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅସ୍ଥାୟୀ ଦୋକାନ ବ୍ୟବସ୍ଥା ଓ ମୀନା ବଜାର ପାଇଁ ନିରୂପଣ ଏବଂ ନିଲାମ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଯାତ୍ରାର ମୁଖ୍ୟ ବିଷୟ ବସ୍ତୁ ସୁଖିଲା ଭୋଗ ଓ ଅନ୍ନଭୋଗ ବିଷୟରେ ଆଲୋଚନା ହେବା ସହ ଏହାର ଦାୟିତ୍ୱ ଓ ଏଥିନିମନ୍ତେ କେତେ ପରିମାଣର ଖର୍ଚ୍ଚ ହେବ ସେ ବିଷୟରେ କମିଟି ସଦସ୍ୟ ଓ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଆଲୋଚନା ହୋଇ ତାର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ ହୋଇଥିଲା ।

ରଥଯାତ୍ରାରେ ଜନସମାଗମକୁ ଦୃଷ୍ଟିରେ ରଖି ସହରର ପରିମଳ ବ୍ୟବସ୍ଥା ଓ ସୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଆମ୍ବୁଲାନ୍ସ ଓ ଅଗ୍ନିଶମ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହେବା ସହ ଉକ୍ତ ବିଭାଗକୁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ସେହିପରି ବିଦ୍ୟୁତ ବ୍ୟବସ୍ଥା ରାସ୍ତାଘାଟ ମରାମତି ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ସେହିପରି ଯାତ୍ରା ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ପୋଲିସ ପକ୍ଷରୁ କିପରି ସୁରକ୍ଷା ବ୍ୟବସ୍ଥା କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ସମେତ ସହରର ବହୁ ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧି, ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଦେବା ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today