Dailyhunt
ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେବ ଓଡ଼ିଶା, ବିଶ୍ବସ୍ତରୀୟ ପର୍ଯ୍ୟଟନ ପାଇଁ ଯୋଜନା

ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେବ ଓଡ଼ିଶା, ବିଶ୍ବସ୍ତରୀୟ ପର୍ଯ୍ୟଟନ ପାଇଁ ଯୋଜନା

Reporters Today 1 week ago

Bhubaneswar: ଓଡ଼ିଶାକୁ ପର୍ଯ୍ୟଟକମାନଙ୍କର ପ୍ରଥମ ପସନ୍ଦ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଜୋରଦାର ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏମିତି ପ୍ରତିକ୍ରିୟା ରଖିଛନ୍ତି।

ତାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା, ଯେଉଁଥିରେ ସମସ୍ତ ବିଭାଗର ସଚିବମାନେ ଯୋଗଦେଇଥିଲେ।

ବୈଠକରେ ରାଜ୍ୟର ପର୍ଯ୍ୟଟନ ଖାତକୁ କିପରି ବିଶ୍ବସ୍ତରୀୟ କରାଯିବ ସେଥିପାଇଁ ଖାସ ଆଲୋଚନା ହୋଇଥିଲା।

'ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା' ଥିମ୍‌କୁ ଆଗରେ ରଖି ପର୍ଯ୍ୟଟନ ଖାତର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ପର୍ଯ୍ୟଟନର ସମଗ୍ର ବିକାଶ ପାଇଁ ସମସ୍ତ ବିଭାଗ ମିଶିତିବା ଭାବରେ କାମ କରିବେ ବୋଲି ନିଷ୍ପତ୍ତି ହୋଇଛି।

ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ସହ ଓଡ଼ିଶାକୁ ଦେଶ ଓ ବିଦେଶରେ ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ପରିଚିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପଦକ୍ଷେପ ନିଆଯିବ। ଓଡ଼ିଶାକୁ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ କରିବା ଦିଗରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପୁନରୁକ୍ତି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today