Dailyhunt
ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ

ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ

Reporters Today 2 weeks ago

ୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ ସୋମବାର ଦିନ ଆଡ଼ମ୍ବରରେ ପାଳିତ ହୋଇଥିଲା । ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ।ଶିକ୍ଷା ହିଁ ଜଣେ ଶିଶୁର ପ୍ରକୃତ ସମ୍ପଦ ଏବଂ ପିଏମଶ୍ରୀ ଯୋଜନା ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ବିକାଶ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି ବୋଲି ସାଂସଦ ବକ୍ତବ୍ୟ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଗଣିଆ ସରପଞ୍ଚ ଗିରିଧାରୀ ସେଠି, ସମିତି ସଭ୍ୟ ଫକିରମୋହନ ଡାକୁଆ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସମୀର କୁମାର ସାହୁ ଏବଂ ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷା ସେତୁ ସଭାପତି ଦେବାନନ୍ଦ ମିଶ୍ର ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ କୁଳମଣି ବାରିକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ଓ ଶୃଙ୍ଖଳା ଉପରେ ପରାମର୍ଶ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନିହାରବାଳା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷୟିତ୍ରୀ ସସ୍ମିତା ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ କ୍ରୀଡ଼ା, ସାହିତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶିକ୍ଷୟିତ୍ରୀ ସସ୍ମିତା ମଣ୍ଡଳ ଓ ଉଜା ସାହୁ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଯୋଜନା କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ ଶିକ୍ଷକ, ଅଭିଭାବକ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ଉତ୍ସବ ସାଙ୍ଗ କରାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today