Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

Reporters Today 1 day ago

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୮୭ ପଇସା ଓ ଡିଜେଲ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି। ସାଧାରଣ ଜନତାଙ୍କ ପକେଟ୍‌ ଉପରେ ପୁଣି ଏକ ବଡ଼ ଶକ୍ତ ଧକ୍କା ଲାଗିଛି । ସକାଳୁ ସକାଳୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପୁଣି ଥରେ ବଡ଼ ଧରଣର ବୃଦ୍ଧି ଘଟିଛି । ଗୋଟିଏ ମାସରେ ଲଗାତାର ୩ ଥର ବଢ଼ିଛି ତେଲ ଦର।

ପଶ୍ଚିମ ଏସିଆରେ ସଙ୍କଟ କାରଣରୁ ବାରମ୍ବାର ବଢ଼ିବାରେ ଲାଗିଛି ତେଲ ଦର। ନୂଆ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ହୋଇଛି ୯୯ ଟଙ୍କା ୫୧ ପଇସା। ଡିଜେଲ ଦର ହୋଇଛି ୯୨ ଟଙ୍କା ୪୯ ପଇସା। ଦେଶରେ ପେଟ୍ରୋଲ ଲିଟର ପ୍ରତି ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି ।

ଆଶ୍ଚର୍ଯ୍ୟର କଥା ହେଉଛି, ଚଳିତ ମେ’ ମାସରେ ମାତ୍ର କେଇଟା ଦିନ ଭିତରେ ଏହା ହେଉଛି ତୃତୀୟ ବାର, ଯେତେବେଳେ ତେଲ ଦର ବଢ଼ିଛି । ଏହା ପୂର୍ବରୁ ଚଳିତ ସପ୍ତାହରେ ୯୦ ପଇସା ଏବଂ କିଛି ଦିନ ତଳେ ୩ ଟଙ୍କା ପ୍ରତି ଲିଟର ପେଟ୍ରୋଲ-ଡିଜେଲ୍ ରେଟ୍ ବଢ଼ିଥିଲା । ଦେଶରେ ପର୍ଯ୍ୟାପ୍ତ ତୈଳ ଗଚ୍ଛିତ ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ କହିବା ପରେ ପରେ ଏହି ଦର ବୃଦ୍ଧି ଘଟିଛି। ଗତ ୧୫ ତାରିଖରେ ପେଟ୍ରୋଲ, ଡିଜେଲ ୩ ଟଙ୍କା ଲେଖାଏ ଓ ସିଏନଜି ୨ ଟଙ୍କା ବୃଦ୍ଧି ପାଇଥିଲା। ଗତ ୧୯ରେ ପେଟ୍ରୋଲ ଲିଟର ପିଛା ୯୬ ପଇସା ଓ ଡିଜେଲ ଲିଟର ପିଛା ୯୪ ପଇସା ବୃଦ୍ଧି ପାଇଥିଲା। ଗତ ୧୦ ଦିନ ଭିତରେ ତୃତୀୟ ଥର ଲାଗି ବଢ଼ିଛି ତେଲ ଦର।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today