Mumbai: ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଜୋଡ଼ି ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା ପୁଣିଥରେ ଖବରରେ ଆସିଛନ୍ତି। ବିବାହର ଗୋଟିଏ ମାସ ପରେ ରଶ୍ମିକାଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଏବେ ଫ୍ୟାନ୍ସମାନଙ୍କ ମଧ୍ୟରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
ନିକଟରେ ରଶ୍ମିକା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ରଶ୍ମିକା ଓ ବିଜୟଙ୍କ ଫଟୋକୁ ଘିରି ହଳଦିଆ ଫୁଲର ଗ୍ରାଫିକ୍ ଦେଖିବାକୁ ମିଳିଛି।
ଭିଡିଓଟି ସହ ସେ କ୍ୟାପସନରେ ଲେଖିଥିଲେ, "ଏବେ ଆମେ ତିନି ଜଣ"। ଏହି ଲେଖାକୁ ଦେଖି ଫ୍ୟାନ୍ସମାନଙ୍କ ମଧ୍ୟରେ ପ୍ରେଗ୍ନେନ୍ସି ନେଇ ବିଭିନ୍ନ ଅନୁମାନ ଆରମ୍ଭ ହୋଇଛି।
ଏହି ପୋଷ୍ଟ ପରେ କିଛି ଫ୍ୟାନ୍ସ ତାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ, ଅନ୍ୟମାନେ ସିଧାସଳଖ ଭାବରେ ପ୍ରେଗ୍ନେନ୍ସି ବିଷୟରେ ପ୍ରଶ୍ନ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ରଶ୍ମିକା କିମ୍ବା ବିଜୟ ପକ୍ଷରୁ କୌଣସି ଅଧିକୃତ ସ୍ପଷ୍ଟୀକରଣ ଆସିନାହିଁ।
ଉଲ୍ଲେଖନୀୟ ଯେ, ଏହି ଦମ୍ପତି ଚଳିତ ବର୍ଷ ଫେବୃଆରୀ ୨୬ ତାରିଖରେ ଉଦୟପୁରର ITC ମେମେଣ୍ଟୋସ୍ ହୋଟେଲରେ ପରିବାର ଓ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତିରେ ତେଲୁଗୁ ପରମ୍ପରାରେ ବିବାହ କରିଥିଲେ। ପରେ ହାଇଦ୍ରାବାଦରେ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ରିସେପସନ୍ ପାର୍ଟି ମଧ୍ୟ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ଷେତ୍ରରେ, ରଶ୍ମିକା ଓ ବିଜୟ ଶୀଘ୍ର "ରଣବାଲି" ଚଳଚ୍ଚିତ୍ରରେ ଏକାଠି ନଜର ଆସିବେ। ସେହିପରି ରଶ୍ମିକା ଶାହିଦ କପୁର ଓ କୃତି ସାନନଙ୍କ ସହ "କକଟେଲ୍ ୨" ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିବେ।

