Dailyhunt
ସ୍ମୃତି-ପଲାଶ ସମ୍ପର୍କରେ ପୁଣି ନୂଆ ମୋଡ଼! ଭାଇରାଲ ଭିଡିଓରୁ ବଢ଼ିଲା ଗସିପ୍

ସ୍ମୃତି-ପଲାଶ ସମ୍ପର୍କରେ ପୁଣି ନୂଆ ମୋଡ଼! ଭାଇରାଲ ଭିଡିଓରୁ ବଢ଼ିଲା ଗସିପ୍

Reporters Today 2 days ago

New Delhi: ୨୦୨୫ ନଭେମ୍ବରରେ ଭାଙ୍ଗିଥିବା ସ୍ମୃତି ମନ୍ଧାନା ଓ ସଂଗୀତକାର ପଲାଶ ମୁଚ୍ଛଲଙ୍କ ବିବାହ ଏବେ ପୁଣି ଚର୍ଚ୍ଚାରେ। ସେତେବେଳେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିଲା ଓ ପ୍ରି-ୱେଡିଂ ଉତ୍ସବ ମଧ୍ୟ ଧୂମ୍ଧାମରେ ହୋଇଥିଲା। କିନ୍ତୁ ବିବାହ ପୂର୍ବରାତ୍ରୀରେ ସବୁକିଛି ଅଚାନକ ଭାଙ୍ଗିଯାଇଥିଲା। ସେତେବେଳେ ସ୍ମୃତିଙ୍କ ପିତା ଅସୁସ୍ଥ ହେବା ସହିତ, ପଲାଶଙ୍କ ପକ୍ଷରୁ ପ୍ରତାରଣା ହୋଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା।

ଏହି କାରଣରୁ ଦୁହେଁଙ୍କ ସମ୍ପର୍କରେ ଫାଟ ପଡ଼ିଥିଲା।

ତେବେ ବର୍ତ୍ତମାନ ଏହି ସମ୍ପର୍କ ପୁଣି ସୁଧାର ହେଉଛି କି ନାହିଁ, ସେନେଇ ଚର୍ଚ୍ଚା ଜୋରଦାର ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଏହି ଅନୁମାନକୁ ଆଉ ବଢ଼ାଇଦେଇଛି। ଭିଡିଓରେ ସ୍ମୃତିଙ୍କ ପିତାଙ୍କୁ ପଲାଶଙ୍କ ଭଉଣୀ ପଲକ ମୁଚ୍ଛଲ ଓ ତାଙ୍କ ସ୍ୱାମୀ ସହିତ ଦେଖାଯାଇଛି। ମୁମ୍ବାଇର ଗୋଟିଏ ରେଷ୍ଟୁରାଣ୍ଟ ବାହାରେ ହୋଇଥିବା ଏହି ମିଳନରେ ପଲକ, ସ୍ମୃତିଙ୍କ ପିତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଦୃଶ୍ୟ ମଧ୍ୟ ଦେଖାଯାଇଛି।

ଏହି ଭିଡିଓ ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। କେହି କହୁଛନ୍ତି ଯେ ଦୁଇ ପରିବାର ମଧ୍ୟରେ ସମସ୍ତ ମତଭେଦ ଦୂର ହୋଇଯାଇଛି ଓ ସ୍ମୃତି-ପଲାଶ ପୁଣି ଏକାଠି ହେବାକୁ ପାରନ୍ତି। ଅନ୍ୟମାନେ ଏହାକୁ ପୁରୁଣା କିମ୍ବା ନକଲି ଭିଡିଓ ବୋଲି ମଧ୍ୟ ସନ୍ଦେହ ପ୍ରକାଶ କରୁଛନ୍ତି। ଏହି ଭିଡିଓର ସତ୍ୟତା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ। ତଥାପି, ଏହା ସୋସିଆଲ ମିଡିଆରେ ଭଲେଇ ଗସିପ୍ ସୃଷ୍ଟି କରିଛି। ଫ୍ୟାନ୍‌ମାନେ ମଧ୍ୟ ଏନେଇ ବିଭିନ୍ନ ମତ ଦେଉଛନ୍ତି। କେହି ଏହି ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ସମର୍ଥନ କରୁଥିବାବେଳେ, ଅନ୍ୟମାନେ ସ୍ମୃତିଙ୍କୁ ପୁଣି ସେହି ଭୁଲ୍ ନକରିବାକୁ ସତର୍କ କରୁଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today