Sunday, 20 Sep, 6.57 am sakalakhabar.com

ହୋମ୍
ଆଜି ଆଇପିଏଲ୍‌ର ଦ୍ବିତୀୟ ମ୍ୟାଚ୍ : ଦିଲ୍ଲୀ କ୍ୟାପିଟାଲ୍‌ସ-କିଙ୍ଗ୍‌ସ ଏକାଦଶ ପଞ୍ଜାବ

ଦୁବାଇ : ଆଇପିଏଲ୍‌ର ଦ୍ବିତୀୟ ମ୍ୟାଚ୍‌ରେ ରବିବାର ଦିଲ୍ଲୀ କ୍ୟାପିଟାଲ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ବେଶ୍‌ ଶକ୍ତିଶାଳୀ ହୋଇଥିବାରୁ ନିଜର ପ୍ରଥମ ମ୍ୟାଚ୍‌ ଜିତିବାକୁ ଚାହିଁବେ।

ଦିଲ୍ଲୀ କ୍ୟାପିଟାଲ୍‌ସ ଦଳର ନେତୃତ୍ବ ନେଉଛନ୍ତି ଶ୍ରେୟାସ ଆୟାର। ଦଳ ଗତ ସଂସ୍କରଣରେ ବେଶ୍‌ ଭଲ ପ୍ରଦର୍ଶନ କରିଥିବାରୁ ଚଳିତ ସଂସ୍କରଣରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି।

ଏହି ଦଳରେ ଓପନର୍‌ ଭାବେ ରହିଛନ୍ତି ଶିଖର ଧାୱନ୍‌ ଓ ପୃଥ୍ବୀ ସ'। ଉଭୟ ବ୍ୟାଟସମ୍ୟାନ୍‌ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବାରୁ ପ୍ରଥମ ମ୍ୟାଚ୍‌ରେ କେଉଁ ରଣନୀତି ନେଇ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ସେହିପରି ଦଳର ମଧ୍ୟଭାଗ ବ୍ୟାଟଂି ଶ୍ରେୟାସ ଆୟାର, ଅଜିଙ୍କ୍ୟ ରାହାଣେ, ହେତମାୟାର, ଋଷଭ ପନ୍ତ ପ୍ରମୁଖ ସମ୍ଭାଳିବେ। ପ୍ରଥମ ମ୍ୟାଚ୍‌ରେ ପନ୍ତ କିପରି ବ୍ୟାଟିଂ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ଦ୍ରୁତ ବୋଲିଂ ବିଭାଗ କାଗିସୋ ରାବଡା, ଈଶାନ୍ତ ଶର୍ମା ଓ ନୋର୍ଟଜେ ସମ୍ଭାଳିବାକୁ ଥିବା ବେଳେ ସ୍ପିନ ବିଭାଗ ରବିଚନ୍ଦ୍ରନ୍‌ ଅଶ୍ବିନ୍ ଓ ଅମିତ ମିଶ୍ରା ସମ୍ଭାଳିବେ।

ଅନ୍ୟପକ୍ଷରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦଳ ବେଶ୍‌ ଶକ୍ତିଶାଳୀ। ଦଳର ଅଧିନାୟକ ଦାୟିତ୍ବ କେଏଲ୍‌ ରାହୁଲ ନେବେ। ରାହୁଲ ଜଣେ ଉପଯୋଗୀ ବ୍ୟାଟସମ୍ୟାନ୍‌ ଭା​‌େ​‌ବ ଜଣାଶୁଣା। ଦଳରେ ବିସ୍ଫୋରକ ଓପନର୍ କ୍ରିସ୍‌ ଗେଲ୍‌ ରହିଛନ୍ତି। ଅନ୍ୟତମ ଓପନର୍‌ ଭାବେ ମୟଙ୍କ ଅଗ୍ରୱାଲ୍‌ ଅଛନ୍ତି। ତେବେ ପ୍ରଥମ ମ୍ୟାଚ୍‌ରେ ମୟଙ୍କ ବ୍ୟାଟିଂ ଓପନ୍‌ କରିବାର ସୁଯୋଗ ପାଇବେ ନା ଗେଲ୍‌ଙ୍କ ସହ ରାହୁଲ ନିଜେ ବ୍ୟାଟିଂ ଓପନ୍‌ କରିବେ ତାହା ଦେଖିବା କଥା।

ସେହିପରି ଏହି ଦଳରେ ତାରକା ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍‌ସୱେଲ୍‌ ଅଛନ୍ତି। ଗେଲ୍ ଓ ମ୍ୟାକ୍‌ସୱେଲ୍‌ଙ୍କ ଉପସ୍ଥିତି ଯୋଗୁଁ ଦଳର ଶକ୍ତି ବେଶ୍ ବୃଦ୍ଧି ପାଇଛି। ୱିକେଟରକ୍ଷକ ଭାବେ ନିକୋଲାସ୍‌ ପୁରନ ଖେଳିବାର ସମ୍ଭାବନା ରହିଥିବା ବେଳେ ବୋଲିଂ ବିଭାଗ କଟ୍ରେଲ୍‌, କ୍ରିସ୍‌ ଜୋର୍ଡାନ୍‌ ପ୍ରମୁଖ ସମ୍ଭାଳିବେ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sakala Khabar
Top