Monday, 26 Jul, 5.50 am sakalakhabar.com

ହୋମ୍
ଐଶ୍ୱରୀୟ ଶକ୍ତି ପ୍ରାପ୍ତ ଏହିସବୁ ଗଛ : ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ସୁନ୍ଦର ହେବା ସହ ଜୀବନରେ ହୋଇଥାଏ ଉନ୍ନତି

ଆମ ମାନଙ୍କ ଜୀବନରେ ଗଛ ର ଖୁବ୍ ପ୍ରଭାବ ରହିଛି । ଆମେ ଗଛ ନିକଟରୁ ଜୀବନ ଧାରଣ ପାଇଁ ଅମ୍ଳଜାନ ପାଇବା ସହିତ ନିଜକୁ ସୁସ୍ଥ ରଖିଥାଉ । ଆମ ପର୍ଯ୍ୟାବରଣ ମଧ୍ୟ ସୁରକ୍ଷିତ ରହିଥାଏ । କିନ୍ତୁ ଏହି ଗଛ ମଧ୍ୟ ଆମର ଆର୍ଥିକ ସ୍ଥିତି କୁ ସୁଦୃଢ କରିଥାଏ ଏହା ହୁଏତ ଆପଣ ମାନେ ଜାଣି ନଥିବେ । ଆସନ୍ତୁ ଆଜି ଜାଣିବା ଏପରି କିଛି ଗଛ ବିଷୟରେ ଯେଉଁ ସବୁ ଗଛ ଆମ ଆର୍ଥିକ ସ୍ଥିତି କୁ ସୁଦୃଢ କରିଥାଏ । ଏପରି କିଛି ଗଛ ଆମ ପୃଥିବୀ ପୃଷ୍ଠରେ ରହିଛି ଯାହା ଇଶ୍ୱରିୟ ଶକ୍ତି ଲାଭ କରିଛି । ସେହି ଗଛ ଗୁଡ଼ିକର ବିଶେଷ ଗୁଣ ଯୋଗୁଁ ଆମ ଜୀବନ ସୁଖମୟ ହୋଇଥାଏ ।

ନଡ଼ିଆ ଗଛ - ମାନ୍ୟତା ରହିଛି ଯେ ନଡ଼ିଆ ଗଛ ଦ୍ଵାରା ସକାରାତ୍ମକ ଶକ୍ତି ଘରକୁ ଆସିଥାଏ । ଯେଉଁ କାରଣରୁ ବିଷ୍ଣୁଙ୍କ ଆଶୀର୍ବାଦ ସବୁବେଳେ ପରିବାର ଉପରେ ରହିଥାଏ ଓ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ । ତେଣୁ ଘର ଅଗଣା ରେ ନଡ଼ିଆ ଗଛ ରହିବା ଭଲ ।

* କଦଳୀ ଗଛ - ମାନ୍ୟତା ଅନୁସାରେ ସମୃଦ୍ଧି ପାଇଁ କଦଳୀ ଗଛ ପୂଜା କରାଯାଇଥାଏ । ଘରର ଅଗଣା ମଧ୍ୟରେ କଦଳୀ ଗଛ ଲଗାଇବା ଶୁଭ ଅଟେ । ବୃହସ୍ପତି ଗ୍ରହର କାରକ ହୋଇଥିବା କାରଣରୁ ଏହା ଐଶାନ୍ୟ କୋଣରେ ଲଗାଇବା ଶୁଭ ଅଟେ । କଦଳୀ ଗଛ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଥାଏ । * ଅଶ୍ଵଗନ୍ଧା - ବାସ୍ତୁ ଶାସ୍ତ୍ର ଅନୁସାରେ ଆଶ୍ଵଗନ୍ଧା ଗଛ ଲଗାଇବା ଦ୍ଵାରା ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହା ଗୋଟିଏ ଔଷଧୀୟ ବୃକ୍ଷ ଅଟେ । ଏହି ଗଛ କୁ ଆୟୁର୍ବେଦ ର ଚିକିତ୍ସାରେ ବ୍ୟବହାର ହୁଏ । ତେଣୁ ଆସ୍ୱାଗନ୍ଧା ବୃକ୍ଷ ଲଗାଇବା ଦ୍ଵାରା ମାନସିକ ଚାପ କମ୍ ହୋଇଥାଏ । * ଶ୍ଵେତ ଅପରାଜିତା - ଏହି ଗଛ ଧନ ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ । ସଂସ୍କୃତ ରେ ଏହି ବୃକ୍ଷ କୁ ବିଷ୍ଣୁ ପ୍ରିୟା ଓ ବିଷ୍ଣୁ କାନ୍ତା କୁହାଯାଏ । ଶ୍ଵେତ ଓ ନୀଳ ଉଭୟ ଅପରାଜିତା ଔଷଧୀୟ ଗୁଣ ରେ ଭରପୁର । * ହରସୀଙ୍ଗାର - ଏହାକୁ ପାରିଜାତ ଫୁଲ ସହିତ ତୁଳନା କରା ଯାଇଛି । ଯେଉଁ ଘର ଅଗଣାରେ ଏହି ପୁଷ୍ପର ବୃକ୍ଷ ରହିଥାଏ ସେଠାରେ ଶାନ୍ତି ସମୃଦ୍ଧି ଲାଭ ହୋଇଥାଏ । ସନ୍ତାନ ମାନଙ୍କର ଉନ୍ନତି ହୁଏ । ପାରିବାରିକ ଜୀବନ ସୁଖମୟ ହୋଇଥାଏ । * ଧଳା ଦୁବ - ଏହା ଗଣପତି ଙ୍କ ପ୍ରତୀକ ଅଟେ । ମାନ୍ୟତା ରହିଛି ଯେ ଯେଉଁ ଘର ଅଗଣାରେ ଶ୍ଵେତ ଦୁବ ଘାସ ଲଗା ଯାଇଥାଏ ସେଠାରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଅତି ସୁନ୍ଦର୍ ହୋଇଥାଏ । ଉଭୟଙ୍କ ମଧ୍ୟରେ ବୁଝାମଣା ଭଲ ରୁହେ । ଗଜାନନ ଙ୍କ ଆଶୀର୍ବାଦ ରୁ ଜୀବନରେ ଅସୁବିଧା ହୋଇଥାଏ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sakala Khabar
Top