Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅଜଣା ଗାଡ଼ି ଧକ୍କା ରେ ଜଣେ ମହିଳା ଗୁରୁତର।

ଅଜଣା ଗାଡ଼ି ଧକ୍କା ରେ ଜଣେ ମହିଳା ଗୁରୁତର।

sakalakhabar.com 4 years ago

ବୋରିଗୁମ୍ମା (କେ.ସାକିଲି ଦୋରା।)-ଆଜି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଶଶାହାଣ୍ଡି ରେ ସକାଳ ୬.୩୦ ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳା କମଳା ହରିଜନ (୬୫) ଗୁରୁତର ଆହତ ହୋଇ ପ୍ରଥମେ ବୋରିଗୁମ୍ମା ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ପଠାଇ ଦିଆଯାଇ ଚିକିତ୍ସା ଚାଲିଛି।

ସୂଚନା ଯୋଗ୍ୟ ଯେ ସକାଳୁ ମହିଳା ନିଜର ଶୌଚ କାମ ସାରି ଘର କୁ ଫେରୁଥିବା ସମୟରେ ଜାତୀୟ ରାଜପଥ ୬୩ ରେ ବୋରିଗୁମ୍ମା ପଟୁ କୋଟପାଡ଼ ଅଭିମୁଖେ ଯାଉଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇ ଦ୍ରୁତ ଗତି ରେ ଚାଲିଯାଇଥିଲା।। ଗୁରୁତର ଆହତ ହୋଇ ଥିବା ମହିଳାକୁ ଗାଁ ର ଯୁବକ ମାନେ ୧୦୮ ଆମ୍ବୁଲାନ୍ସ ଗାଡ଼ି ସାହାଯ୍ୟରେ ମେଡିକାଲ ପଠାଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sakala Khabar