Wednesday, 05 Aug, 9.45 am sakalakhabar.com

ହୋମ୍
ଅଯୋଧ୍ୟାର ପ୍ରସିଦ୍ଧ ଦର୍ଜୀ ; ଭଗବାନ ରାମଲଲାଙ୍କ ସୁନା ସୂତାରେ ପ୍ରସ୍ତୁତ କରିଛନ୍ତି ପୋଷାକ

ନୂଆଦିଲ୍ଲୀ : ଅଯୋଧ୍ୟାର ହନୁମାନ ଗଡି ମନ୍ଦିର ପାଖରୁ ଏକ କିଲୋମିଟର ଦୂରରେ ଶଙ୍କରୀ ଗଳିରେ ଗୋଟିଏ ଦର୍ଜୀ ଦୋକାନ ଅଛି ,ଦୋକାନର ମାଲିକ ହେଲେ ବାବୁଲାଲ l ଦୋକାନ ଉପରେ ବଡ଼ବଡ଼ ଅକ୍ଷରରେ ଲେଖାଯାଇଛି ବାବୁଲାଲ ଟେଲରସ ,ଓ ତା ସହିତ ଗୋଟିଏ ପୋଷ୍ଟରରେ ଲେଖା ହୋଇଛି ଶ୍ରୀରାମ ଜନ୍ମଭୂମି ଓ ରାମଲଲାଙ୍କର ମୁଖ୍ୟ ଟେଲର l ଗୋଟିଏ କଡରେ ଲେଖା ହୋଇଛି ଏଠାରେ ଭଗବାନଙ୍କ ପୋଷାକ ସିଲାଇ କର ଯାଇଥାଏ l ଅଯୋଧ୍ୟାର ଏହି ଦର୍ଜୀ ଜଣଙ୍କ ବହୁତ ପ୍ରସିଦ୍ଧ ଅଟନ୍ତି କାରଣ ଇଏ ଭଗବାନ ରାମଲଲାଙ୍କର ପୋଷାକ ତିଆରି କରିଥାନ୍ତି l

ଏହି ଦୋକାନଙ୍କୁ ଦେଖାଚାହଁ କରିଥାନ୍ତି ଦୁଇ ଭାଇ ,ଶଙ୍କର ଲାଲ ଓ ଭାଗବତ ଲାଲ ଏହି ପରିବାର ସାରା ଜୀବନ ଭଗବାନ ରାମଙ୍କର ବସ୍ତ୍ର ତିଆରି କରୁଛନ୍ତି l ପାଖାପାଖି ୪୦ ବର୍ଷ ହୋଇଗଲାଣି ଶଙ୍କର ଲାଲ ଓ ଭାଗବତ ଲାଲ ରାମଲଲାଙ୍କର ପୋଷାକ ତିଆରି କରୁଛନ୍ତି l ଏହି ପରମ୍ପରାର ଆରମ୍ଭ ଶଙ୍କର ଲାଲ ଭାଗବତ ଲାଲଙ୍କର ଜେଜେ ଆରମ୍ଭ କରିଥିଲେ l ଯେଉଁ ପରମ୍ପରା ଆଜି ପର୍ଯ୍ୟନ୍ତ ଚାଲୁଛି ଓ ଶଙ୍କର ଲାଲ ଭାଗବତ ଲାଲଙ୍କ ପୁତ୍ର ମଧ୍ୟ ଏହି କାମକୁ ଆଗକୁ ଜାରି ରଖିବାକୁ ଚାହୁଁଛନ୍ତି l

ବୁଧବାର ଦିନ ହେବାକୁ ଥିବା ଭୂମିପୂଜନ କାର୍ଯ୍ୟକ୍ରମ ପାଇଁ ରାମଲଲା ନୂଆ ବସ୍ତ୍ର ପିନ୍ଧିବେ l ପ୍ରଥମେ ସବୁଜ ରଙ୍ଗର ବସ୍ତ୍ର ପରିଧ୍ୟାନ କରିବେ ଓ ପରେ ଭାଗବା ରଙ୍ଗର ବସ୍ତ୍ର ପିନ୍ଧିବେ l ଶଙ୍କର ଲାଲ ଓ ଭଗବତ ଲାଲ ଦେଇଥିବା ସୂଚନା ଅନୁସାରେ ଭୂମିପୂଜନ କାର୍ଯ୍ୟକ୍ରମରେ ଭଗବାନ ପିନ୍ଧିବାକୁ ଥିବା ବସ୍ତ୍ରରେ ସାରା ଜୀବନର କୌଶଳ ଲଗାଇ ଦେଇଛନ୍ତି l ବର୍ତ୍ତମାନ ଏହି ଦୋକାନକୁ ସାରା ଅଯୋଧ୍ୟା ନଗରୀର ବ୍ୟକ୍ତିମାନେ ରାମଲଲାଙ୍କ ପାଇଁ ବସ୍ତ୍ର ତିଆରି କରିବାକୁ ଆସୁଛନ୍ତି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ବର୍ତ୍ତମାନ ଏହି ପରିବାର କେବଳ ଦେବା ଦେବୀଙ୍କ ପାଇଁ ବସ୍ତ୍ର ତିଆରି କରୁଛନ୍ତି l

ରାମଲଲାଙ୍କ ପୋଷାକ ବିଷୟରେ ଦୁଇ ଭାଇ କହିଛନ୍ତି ଯେ ରାମଲଲାଙ୍କ ପୋଷାକ ମଖମଲ କପଡ଼ାରେ ତିଆରି କରାଯାଇଛି l କାରଣ ଏହି କପଡା ଭଗବାନ ରାମଙ୍କର ବାଲ୍ୟ ଅବସ୍ଥା ପାଇଁ l ସେ କହିଛନ୍ତି ଯେ ସବୁଜ ରଙ୍ଗ ଦିନକୁ ଆଖିରେ ରଖି ପିନ୍ଧିବେ ଓ ଏହି ପୋଷାକରେ ସୁନା ସୁତା ସହିତ ନବଗ୍ରହ ସିଲେଇ କରାଯାଇଛି l ସେମାନେ କହିଛନ୍ତି ଯେ ଭାରତୀୟ ପରମ୍ପରାକୁ ଧ୍ୟାନ ରଖାଯାଇ ନବଗ୍ରହ ଖଚିତ କରାଯାଇଛି l ରାମଲଲାଙ୍କ ସହିତ ଭାରତ ,ଶତ୍ରୁଘନ ,ହନୁମାନ ଓ ଭଗବାନ ଶାଳଗ୍ରାମଙ୍କ ପୋଷାକ ମଧ୍ୟ ତିଆରି ହୋଇଛି l ଭଗବାନ ରାମଚନ୍ଦ୍ରଙ୍କ ସହିତ ଏହି ଦୁଇ ଭାଇଙ୍କର ଆସ୍ଥା ଏପରି ରହିଛି ଯେ ସେମାନେ ନିଜ ପରିବାର ଓ ନିଜର ପୋଷାକ ମଧ୍ୟ ନିଜ ଦୋକାନରେ ତିଆରି ନକରି ଅଲଗା ଦୋକାନରେ ତିଆରି କରିଥାନ୍ତି l

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sakala Khabar
Top