Monday, 10 Aug, 7.16 am sakalakhabar.com

ହୋମ୍
ବଣୁଆ ହାତୀ ଉପଦ୍ରବକୁ ନେଇ ଲୋକେ ଆତଙ୍କିତ : ଜଗନ୍ନାଥପୁର, ତୁଙ୍ଗାଧୁଆରେ ୫ଟି ଘର ଭାଙ୍ଗିଲା

ବେତନଟୀ : ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ହାତୀ ମାନେ ଏବେ ବାହାରି ବେତନଟୀ ଓ ପିଠାବଟା ରେଞ୍ଜକୁ ପହଞ୍ଚି ବ୍ୟାପକ ଉତ୍ପାତ କରୁ ଥିବାର ଜଣା ପଡିଛି । ଗତକାଲି କାଣି ମହୁଲି ହୋଇ ଗୋଟିଏ ବିଶାଳ ଦନ୍ତା ହାତୀ ତୁଙ୍ଗାଧୁଆରେ ପହଞ୍ଚି ସବିତା ବଳଙ୍କ ଘରଟିକୁ ଭାଙ୍ଗିବା ସହିତ ଧାନ ଚାଉଳ ସବୁ ଖାଇ ଯାଇ ଥିଲା ।

ପରେ ହାତୀଟି ସେହି ଗ୍ରାମରେ ହାଡିରାମ ବେହେରାଙ୍କ ଘରଟିକୁ ଭାଙ୍ଗି ଦେଇ ଥିଲା । ଏଠାରେ ମଧ୍ୟ ହାତୀଟି ଧାନ ଚାଉଳ ଖାଇ ଥିଲା । ଗ୍ରାମର ଡ. ହାଡିବନ୍ଧୁ ବେହେରା, ନଳିନୀ ଚନ୍ଦ୍ର ବେହେରା, ବିଦ୍ୟାଧର ବେହେରା, ପ୍ରଦୀପ ବେହେରା, ମହାବୀର ବେହେରା, ପାଣ୍ଡୁ ଦେହୁରୀ, ସୁଶାନ୍ତ ବେହେରା ଓ ଅନ୍ୟ ଗ୍ରାମବାସୀ ମାନେ ମିଶି ମଶାଲ ଜଳାଇ ପାଟିତୁଣ୍ଡ କରିବା ପରେ ହାତୀଟି ଜଙ୍ଗଲକୁ ପଳାଇ ଯାଇ ଥିଲା ।

ପରେ ଏହି ହାତୀଟି ଜଗନ୍ନାଥପୁର ଗ୍ରାମରେ ତିନି ଗୋଟି ଘର ଭାଙ୍ଗି ଥିବାର ଜଣା ପଡିଛି । ଗ୍ରାମଟି ଜଙ୍ଗଲ ମଝିରେ ହୋଇ ଥିବାରୁ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ରିପୋର୍ଟ ମିଳି ପାରି ନଥିବାର ଜଣା ପଡିଛି । ବଣୁଆ ହାତୀ ମାନଙ୍କ ମଧ୍ୟରୁ ଅନ୍ୟୁନ ୮ଟି ହାତୀ ଧାନଶୋଳ, ପଚାଖାଡି, ଭାଗବତଚନ୍ଦ୍ରପୁର ନିକଟରେ ପହଞ୍ଚି ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି କରି ଥିବାର ଜଣା ପଡିଛି । ଖବର ପାଇ ଜଙ୍ଗଲ, ଜଳ, ଜମି ଓ ଜନାଧିକାର ମଞ୍ଚର ସମ୍ପାଦକ ଲମ୍ବୋଦର ମହାନ୍ତ ଓ ବନ କର୍ମଚାରୀ ମାନେ ପହଞ୍ଚି ମଶାଲ ଜଳାଇ ବାଣ ଫୁଟାଇ ହାତୀ ଗୁଡିକୁ ତଡି ଥିବାର ଜଣା ପଡିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sakala Khabar
Top