Thursday, 09 Jul, 6.00 am sakalakhabar.com

ହୋମ୍
ଚୀନ୍: କରୋନାର ପ୍ରଥମ ଲହରୀ ,ଲମ୍ବା ସମୟ ପର୍ଯ୍ୟନ୍ତ ଭୋଗିବା ସାରା ବିଶ୍ୱ

ନୂଆଦିଲ୍ଲୀ :ଆମେରିକା ପକ୍ଷରୁ ଦବାଵ ବଢୁଥିବା ହେତୁ ଚୀନ ସାରା ଦୁନିଆକୁ କ୍ଷତି ସହିବାକୁ ଧମକ ଦେଇଛି l ଚୀନ ସରକାରି ଖବର କାଗଜ ଗ୍ଲୋବାଲ ଟାଇମ୍ସରେ ମଙ୍ଗଳ ବାରଦିନ ସମ୍ପାଦକୀୟ ସ୍ତମ୍ବରେ ଲେଖା ଯାଇଛି ଯେ ଆମେରିକା ବିଶ୍ୱର ବଡ଼ବଡ଼ ଦେଶ ମାନଙ୍କୁ ଚୀନ ବିରୁଦ୍ଧରେ ଭଡକାଇ ନିଜ ଆଡକୁ ଟାଣୁଛି ,ଏଥିପାଇଁ ତାକୁ ଭୋଗିବାକୁ ପଡିବ l ଚୀନର ମୁଖ୍ୟ ଖବର କଗଚ ପ୍ରକାଶିତ କରିଛି ଯେ ଆମେରିକା ନିଜର ଯେଉଁ ପ୍ରଭାରେ ବିସ୍ତାର କରୁଛି ତାର ପରିଣାମ ସାରା ବିଶ୍ୱ ଭୋଗିବ l ଆମେରିକା ସେହି ସମସ୍ତ ଦେଶକୁ ନିଜର ସମର୍ଥନ ଦେଉଛି ଯେଉଁ ମାନଙ୍କ ସହିତ ଚୀନର ବିବାଦ ଚାଲିଛି l

ଆମେରିକା ପଶ୍ଚିମ ଦେଶ ମାନଙ୍କ ସହିତ ଏସିଆର ଦେଶମାନଙ୍କୁ ବି ଚୀନ ବିରୁଦ୍ଧରେ ଉତେଜିତ କରୁଛି l ଚୀନର ବାଣିଜ୍ୟ ବ୍ୟବସାୟ ଆମେରିକା ସହିତ ସମାନ ଅଟେ l ପାଖାପାଖି ୧00 ଟି ଦେଶ ସହିତ ଚୀନର ବ୍ୟାପାରିକ ସମ୍ବଦ୍ଧ ରହିଛି ,କିନ୍ତୁ ଆମେରିକା ଏହି ସବୁ ସମ୍ପର୍କକୁ ଖରାପ କରିବାକୁ ଚେଷ୍ଟା କରୁଛି l ସାରା ବିଶ୍ୱ ଏଥିପାଇଁ ଦାଇ ଓ ଏହାର ମୂଲ୍ୟ ବିଶ୍ୱକୁ ଦେବାକୁ ପଡିବ l ଗ୍ଲୋବାଲ ଟାଇମ୍ସରେ ଲେଖାଯାଇଛି ଯେ "ଦୁନିଆକୁ ଲମ୍ବା ସମୟ ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡିବ l ବର୍ତମାନ ଯେଉଁ କୋଭିଡି-19 ମହାମାରୀ ଚାଲିଛି ଏହା ମାତ୍ର ପ୍ରଥମ ପର୍ଯ୍ୟାୟ ଚାଲିଛି l ମହାମାରୀ ବଢୁଥିବା ସମୟରେ ଆମେରିକା ନିଜର ସମସ୍ତ ଅନ୍ତରାଷ୍ଟ୍ରୀୟ ସହଯୋଗକୁ ବନ୍ଦ କରିଦେଇଛି l "

ଚୀନର ଖବର କଗଚ ଲେଖିଛି ଯେ ଏମିତି ଲାଗୁଛି ଯେପରି ଏହି ଭୂରାଜନୀତି ସଂଘର୍ଷ ଆଉ ପଛକୁ ଫେରିବା ସ୍ତିତିରେ ନାହିଁ l ଆମେରିକା ଚୀନ ବିରୁଦ୍ଧରେ ଗୋଟିଏ ବଡ ଚାଲ ଚଳାଉଛି l ଏହା ଦ୍ୱାରା ଆସୁଥିବା ଦିନ ଗୁଡିକରେ ଦୁଇ ଦେଶ ମଧ୍ୟରେ ଘୃଣା ମନବୃତି ବଢିବl ଓ ଯୁଧ୍ୟ ହେବାର ସମ୍ଭାବନା ରହିଛି ଯାହାର ପରିଣାମ ସାରା ବିଶ୍ୱ ଭୋଗିବା l

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sakala Khabar
Top