Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁଇ ମାସର ଭତାବନ୍ଦ : ଉପଜିଲ୍ଲାପାଳଙ୍କୁ ଉପଖଣ୍ଡ ଭତା ହିତାଦିାରୀ ସୁରକ୍ଷା ମଂଚ ତରଫରୁ ଦାବୀତ୍ର ପ୍ରଦାନ

ଦୁଇ ମାସର ଭତାବନ୍ଦ : ଉପଜିଲ୍ଲାପାଳଙ୍କୁ ଉପଖଣ୍ଡ ଭତା ହିତାଦିାରୀ ସୁରକ୍ଷା ମଂଚ ତରଫରୁ ଦାବୀତ୍ର ପ୍ରଦାନ

sakalakhabar.com 2 weeks ago

ବାଲିଗୁଡା,୨୯/୫-;ଡିବିଟି ମାଧ୍ୟମରେ ବ୍ୟାଙ୍କ ଜରିଆରେ ଭତା ପାଉଥା ହିତାଧିକାରୀ ମାନଙ୍କୁ ଦୁଇ ମଙ୍କସର ଭତା ବନ୍ଦ କରା୍ୟାଇଥିବା ଭତା ଶୀଘ୍ର ହାତରତେ ପ୍ରଦାନ କରା୍ୟିବାକୁ ନେଇବାଲିଗୁଡା ଉପଖଣ୍ଡ ଭତାହିତାଧିକାରୀ ସୁରକ୍ଷା ମଂଚ ଉପଜିଲ୍ଲାପାଳ ପ୍ରଣିତା ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ଏଥିରେ ଉଲ୍ଲେଖ ରହିଛି ସରକାର ଜାତୀୟ ସାମାଜିକ ସୁରକ୍ଷା ଓ ମଧୁବାବୁ ପେନସନ ଜରିଆରେ ବୃଦ୍ଧ,ବୃଦ୍ଦା,ଭିନ୍ନକ୍ଷମ,ବିଧବାମସ୍ୱାମୀ ପରିତ୍ୟକ୍ତା ଓ ଅନ୍ୟ ଶ୍ରେଣୀର ଭତା ପାଉଥିବାସମସ୍ତ ହିତାଧିକାରୀଙ୍କୁ ମାସିକ ଭତା ଟଙ୍କା ତାଙ୍କ ଜୀବନର ସାହାଭରସା ଓ ବଂଚିବାର ଏକମାସର ଆଶା ।କିନ୍ତୁ ଦୁଇମାସ ହେବ ସରକାର ଭତା ପ୍ରଦାନ ବନ୍ଦ କରିଛନ୍ତିା ଯାହାରି ଫଳରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଚଳିତ ବର୍ଷ ଅସହ୍ୟ ଗରମ ଓ ପ୍ରାୃତିକ ବିପର୍ଯ୍ୟୟ ସମୟରେ ବହୁ ଦୁରଦୁରାନ୍ତରୁ ଭତା ହିତାଧିକାରୀ ମାନେ ହନ୍ତସନ୍ତ ହୋଇ ବ୍ୟାଙ୍କକୁ ଟଙ୍କା ଉଠଇବାକୁଯାଉଛନ୍ତି ।ବ୍ୟାଙ୍କ ଯିବା ସମୟରେ ଦୁର୍ଘଟଣାର ଶିକାର ବି ହୋଇଥାନ୍ତି । ଏଣୁ ୧୫ ତାରିଖରେ ଭତାହିତାଧିକାରୀଙ୍କୁ ହାତରେ ଭତା ଟଙ୍କା ପ୍ରଦାନ କରାଗଲେ ସେମାନେ ବିଶେଷ ଉପକୃତ ହେବେ ଏଥିପ୍ରତି ଦୃଷ୍ଟି ଦେବାକୁ ଜରୁରୀ ଅଟେ । ଏହି ସୁରକ୍ଷା ମଂଚରସଭାପତି ପରମାନନ୍ଦ ନାୟକ,ସାଧାରଣ ସମ୍ପାଦକ ମାଧବ ସାହୁ ସମେତ ଅନେକ ଉପସ୍ଥିିତ ରହି ଦାବୀପତ୍ର ପ୍ରଦାନ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sakala Khabar