Wednesday, 05 Aug, 9.41 am sakalakhabar.com

ହୋମ୍
ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ : ଚୌବେପୁର ଥାନା ଅନ୍ତର୍ଗତ ବିକାରୁ ଗାଁ ରେ ଯାଞ୍ଚ କରିବାକୁ କାନପୁର ପହଂଚିଲେ ସୁପ୍ରିମ କୋର୍ଟ ଦ୍ୱାରା ଗଠିତ ଆୟୋଗ

ନୂଆଦିଲ୍ଲୀ : କାନପୁରର ଚୌବେପୁର ଥାନା ଅନ୍ତର୍ଗତ ବିକାରୁ ଗାଁ ରେ ,ଜୁଲାଇ ୨ ତାରିଖରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଓ ତା ଦଳର କିଛି ଗୁଣ୍ଡ ୮ ଜଣ ପୋଲିସ କର୍ମୀଙ୍କୁ ଗୁଳିକରି ହତ୍ୟା କରିଥିଲେ l ବର୍ତ୍ତମାନ ଏହି ସମ୍ପୂର୍ଣ ମାମଲାର ସୁପ୍ରିମ କୋର୍ଟ ଦ୍ୱାରା ଯାଞ୍ଚ କରାଯିବ ପାଇଁ ଗୋଟିଏ ଆୟୋଗ ଗଠନ କରାଯାଇଛି l ଗତକାଲି ବିକାରୁ ମାମଲାର ଯାଞ୍ଚ କରିବା ପାଇଁ ଗଠିତ ହୋଇଥିବା ଆୟୋଗ କାନପୁର ପହଞ୍ଚି ଯାଇଛନ୍ତି l

ରିଟାୟାର୍ଡ଼ ଜଜ ବି ଏସ ଚୋୖହାନ ଙ୍କ ନେତୃତ୍ୱରେ ତିନିଜଣିଆ ସଦସ୍ୟ ବିଶିଷ୍ଟ ଆୟୋଗ କାନପୁରର ସର୍କିଟ ହାଉସ ପହଞ୍ଚି ଯାଇଛନ୍ତି l ଜଷ୍ଟିସ ଶଶିକାନ୍ତ ଅଗ୍ରୱାଲ ଓ ୟୁପିର ରିଟାୟାର୍ଡ଼ ଡି ଜି ପି କେ ଏଲ ଗୁପ୍ତାଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି l ଏହି ଆୟୋଗ ଜୁଲାଇ ଦୁଇ ତାରିଖରେ କାନପୁରରେ ହୋଇଥିବା ବିକାରୁ ଗାଁରେ ପୋଲିସ କର୍ମୀଙ୍କୁ ହତ୍ୟା କରାଯାଇଥିବା ମାମଲାର ଯାଞ୍ଚ କରିବେ l

ବିକାରୀ କାଣ୍ଡର ମାଷ୍ଟରମାଇଂଡ ବିକାଶ ଦୁବେ ଓ ତାର ଗୁଣ୍ଡା ମାନଙ୍କର ଏନ୍କାଉଣ୍ଟର କରାଯାଇଛି l ସୁପ୍ରିମ କୋର୍ଟ ଦ୍ୱାରା ଗଠିତ ହୋଇଥିବା ଆୟୋଗର ଯାଞ୍ଚ ବିକାଶ ଦୁବେ ,ତାର ସାଥି ଓ ଏହି ମାମଲାରେ ପୋଲିସ କର୍ମୀଙ୍କର ଭୂମିକା କଣ ରହିଥିଲା ସେ ବିଷୟରେ ଯାଞ୍ଚ କରିବା l ବିକାଶ ଦୁବେ ପାଇଁ କାମ କରୁଥିବା ଦୁଇଜଣ ପୋଲିସ କର୍ମୀଙ୍କୁ ଗିରଫ କରାଯାଇଛି l ସେମାନଙ୍କ ମଧ୍ୟରୁ ଜଣେ ସବିନିସପେକ୍ଟର କେ କେ ଶର୍ମା ସୁପ୍ରିମ କୋର୍ଟରେ ସାହାଯ୍ୟ ଭିକ୍ଷା କରିଛନ୍ତି l କେ କେ ଶର୍ମା ଏନ୍କାଉଣ୍ଟରରେ ମରାଜିବାକୁ ଆଶଙ୍କା କରି ସୁରକ୍ଷା ମାଗିଛନ୍ତି l

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sakala Khabar
Top