ଗାଜା ଯୁଦ୍ଧକୁ ନେଇ ଗୋଟିଏ ବଡ଼ କୂଟନୀତି ଘଟଣାକ୍ରମ ସାମ୍ନାକୁ ଆସିଛି, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦାବି କରିଛନ୍ତି ଯେ ହମାସ ର ପୁର୍ଣ ନିରସ୍ତ୍ରୀକରଣ ଓ ଗାଜା ପଟି ରୁ ଇସ୍ରାଏଲ ସେନା ର ଫେରିଆସିବା କୁ ନେଇ ଐତିହାସିକ ରାଜିନାମା ହୋଇ ଯାଇଛି, ଟ୍ରମ୍ପ ଙ୍କ ମତ ଅନୁସାରେ ସମସ୍ତ ପକ୍ଷର ଔପଚାରିକ ଭାବରେ ମଞ୍ଜୁରୀ ମିଳିବା ପରେ ଏହି ଯୁଦ୍ଧ ବନ୍ଦ କରାଯିବ, ହମାସ ମଧ୍ୟ ଏହି ରାଜିନାମା କୁ ନେଇ ନିଜର ସହମତି ରଖିଛି, ଏବଂ ଏଥିପାଇଁ ସେ ଇସ୍ରାଏଲ କୁ କିଛିଟା ସର୍ତ୍ତ ପୁରା କରିବା ପାଇଁ କହିଛି l
ରାଜିନାମା ଅନୁସାରେ ହମାସ ଗୋଟିଏ ପ୍ରକ୍ରିୟା ରେ ନିଜର ସମସ୍ତ ହତିଆର ଗୋଟିଏ ଅନ୍ତରାଷ୍ଟ୍ରୀୟ ସ୍ଟେବିଲାଇଜେସନ ଫୋର୍ସ କୁ ହସ୍ତାନ୍ତର କରିବ, ଏବଂ ୫ହଜାର ସଦସ୍ୟ ବିଶିଷ୍ଟ ଗୋଟିଏ ଆମେରିକୀୟ ଜେନେରାଲ ଏହାକୁ ତଦାରଖ କରିବେ l
କଣ ରହିଛି ଏହି ରାଜିନାମାରେ ନିୟମ –
– ହମାସ ଚରଣ ବଧ ଭାବରେ ନିଜର ହତିଆର ସରେଣ୍ଡର କରିବ
– ସମ୍ପୂର୍ଣ ନିରସ୍ତ୍ରୀ କରଣ ପ୍ରକ୍ରିୟା ପାଇଁ ୨୦୦ ରୁ ୩୦୦ ଦିନ ସମୟ ଲାଗିବ
– ଗାଜା ରେ ରହିଥିବା ସୁଡ଼ଙ୍ଗ ର ନେଟୱାର୍କ ମଧ୍ୟ ନିଷ୍କ୍ରିୟ କରାଯିବ
– ନିରସ୍ତ୍ରୀ କରଣ ପ୍ରକ୍ରିୟା ପୁରା ହେବାପରେ ଇସ୍ରାଏଲି ସେନା ଚରଣ ବଧ ଭାବରେ ପଛକୁ ହଟିବେ
– ଅନ୍ତରାଷ୍ଟ୍ରୀୟ ସ୍ଥିରୀ କରଣ ସେନା ନୂଆ ଫିଲିସ୍ତିନି ପୋଲିସଙ୍କୁ ପ୍ରଶିକ୍ଷଣ ଦେବେ
– ରାଜିନାମା ଅନୁସାରେ ନୂଆ ଫିଲିସ୍ତିନି ସରକାରଙ୍କର ଗଠନ କରାଯିବ ଯିଏ କି ପୋଲିସ ସହିତ ମିଶି ପ୍ରଶାସନ ସମ୍ଭାଳିବେ l
ଏହି ଘୋଷଣା ଇସ୍ରାଏଲ କିମ୍ବା ହମାସ ପକ୍ଷରୁ କରାଯାଇ ନାହିଁ , ଏହାକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆରେ ରାଜିନାମା କୁ ନେଇ ଘୋଷଣା କରି ଲେଖିଛନ୍ତି ଗାଜା ରେ ସ୍ଥାୟୀ ଶାନ୍ତି ଦିଗରେ ବଡ଼ ପଦକ୍ଷେପ l
ନୂଆ ଚୁକ୍ତି ଓ ରାଜିନାମା ଅନୁସାରେ ଗାଜା ରେ ନୂଆ ପାଲେଷ୍ଟାଇନ ସରକାର କରାଯିବ, ଯିଏକି ପ୍ରଶାସନିକ ଦାୟିତ୍ୱ ସମ୍ଭାଳିବ l

