Monday, 10 Aug, 7.21 am sakalakhabar.com

ହୋମ୍
କାଠ ଧରିବାରେ ବେତନଟୀ ରେଞ୍ଜର ହ୍ୟାଟ୍ରିକ : ଟାଟା ଏସିଇ, ଟ୍ରାକ୍ଟର ଓ ଟାଟା ଡିଆ ଭ୍ୟାନ ଜବତ ଜବତ ଦୁଇଟି ଗାଡି ନମ୍ବର ବିହୀନ

ବେତନଟୀ : ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ଗତ ୨୪ ଘଣ୍ଟା ମଧ୍ୟରେ କାଠ ଚୋରା ଚାଲାଣ କରୁ ଥିବା ତିନୋଟି ଗାଡି ଧରି ହ୍ୟାଟ୍ରିକ କରିଛନ୍ତି । ପ୍ରଥମେ ବଡାମପୁର ବନପାଳ କ୍ଷେତ୍ରର ଚହଲାପଦାରୁ ଓଡି-୦୧ଏବି-୮୩୪୭ ଟାଟା ଏସିଇ, ପୁଣି ସେହି ଚହଲାପଦାରୁ ଗୋଟିଏ ନମ୍ବର ବିହୀନ ଟ୍ରାକ୍ଟର ଓ ଶେଷରେ ମହୁଲିଆ ଛକରୁ ନମ୍ବର ବିହୀନ ଟାଟା ଡିଆ ଭ୍ୟାନକୁ କାଠ ସହିତ ଜବତ କରିଛନ୍ତି ।

ଟାଟା ଏସିଇରେ ଆକାଶିଆ କାଠ ବୋଝେଇ ହୋଇ ଚାଲାଣ ହେଉ ଥିବା ବେଳେ ଟ୍ରାକ୍ଟର ଓ ଟାଟା ଡିଆ ଭ୍ୟାନରେ ଶାଳ ଗଣ୍ଡି ଚାଲାଣ ହେଉ ଥିଲା । ଗାଡି ଗୁଡିକୁ ଜବତ କରି ବେତନଟୀ ରେଞ୍ଜକୁ ଅଣା ଯାଇଛି । ଘଟଣାକୁ ନେଇ ବେତନଟୀ ରେଞ୍ଜରେ ଭିନ୍ନ ତିନୋଟି ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଏହି ସଂକ୍ରାନ୍ତରେ କାହାରିକୁ ଗିରଫ କରା ଯାଇ ପାରି ନଥିବାର ଜଣା ପଡିଛି । ଏହି ଚଢ଼ାଉରେ ବେତନଟୀ ବନପାଳ ସୁଶାନ୍ତ କୁମାର ବାଗ, ବଡାପୁମର ବନପାଳ ଶିରୀଶ ଦଳେଇ, ଲମ୍ବୋଦର ମହାନ୍ତ ଓ ଅନ୍ୟ ବନ କର୍ମଚାରୀ ମାନେ ସହାୟତା କରି ଥିଲେ ।

ତେବେ ଚୋରା କାଠ ଚାଲାଣ ରୋକିବାରେ ବେତନଟୀ ରେଞ୍ଜର ଏହି ପଦକ୍ଷେପକୁ ପରିବେଶବିତ ମାନେ ପ୍ରଶଂସା କରିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sakala Khabar
Top