Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କେତେଥର ଜନ୍ମ ନେଇଥିଲେ ଶ୍ରୀଗଣେଶ ଓ ତାଙ୍କର ଅବତାର ଗୁଡିକ କଣ

କେତେଥର ଜନ୍ମ ନେଇଥିଲେ ଶ୍ରୀଗଣେଶ ଓ ତାଙ୍କର ଅବତାର ଗୁଡିକ କଣ

sakalakhabar.com 1 week ago

ସେପ୍ଟେମ୍ବର ୧୪ ତାରିଖ ଦିନ ଶ୍ରୀଗଜାନନ ଙ୍କ ର ଗଣେଶ ଉତ୍ସବ ଅନୁଷ୍ଠିତ ହେବ l ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ରେ ଶ୍ରୀଗଣେଶ ଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହେବ l କିନ୍ତୁ ପୁରାଣ ଅନୁସାରେ ଶ୍ରୀଗଣେଶ ଅନେକ ଜନ୍ମ ନେଇଥିଲେ l ଆସନ୍ତୁ ଜାଣିବା ଶ୍ରୀଗଣେଶ ଙ୍କ ଅବତାର ବିଷୟରେ l * ମାନ୍ୟତା ଅନୁସାରେ ଅଷ୍ଟ ବିନାୟକ ଙ୍କ ର ମଧ୍ୟ ପ୍ରସିଦ୍ଧି ରହିଛି l ଶ୍ରୀଗଣେଶ ଙ୍କ ପ୍ରଥମ ନାମ ବିନାୟକ ଅଟେ l * ଗଣପତି ଆଦିତ୍ୟ ଦେବ ଅଟନ୍ତି , ସେ ପ୍ରତ୍ୟେକ ଯୁଗ ରେ ଅଲଗା ଅଲଗା ରୂପ ନେଇଥିଲେ l * ପୁରାଣ ଅନୁଯାୟୀ ଗଣପତି ୬୪ ଟି ଅବତାର ନେଇଥିଲେ , କିନ୍ତୁ ସେଥି ମଧ୍ୟରୁ ୧୨ ଟି ଅବତାର ପ୍ରଖ୍ୟାତ ଅଟେ l * ଗଣେଶ ଙ୍କ ପ୍ରତ୍ୟେକ ଅବତାର ର ରଙ୍ଗ ମଧ୍ୟ ଅଲଗା l * ଶିବ ପୁରାଣ ଅନୁଯାୟୀ ଗଣେଶ ଙ୍କ ରଙ୍ଗ ନାଲି ଅଟେ l * ନାଲି ରଙ୍ଗ ସମୃଦ୍ଧି ର ପ୍ରତିକ ଅଟେ l * ଯାହା ଶକ୍ତି ଓ ସମୃଦ୍ଧି ର ପ୍ରତୀକ ଅଟେ l

* ସତ୍ୟଯୁଗ ରେ ଶ୍ରୀଗଣେଶ ଅଦିତି ଙ୍କ ନିକଟରେ ମହୋତ୍କଟ ବିନାୟକ ନାମରେ ଜନ୍ମ ନେଇ ଦେବା ନ୍ତକ ଓ ନରାନ୍ତକ ନାମକ ରାକ୍ଷସ କୁ ବଧ କରିଥିଲେ l

* ଦ୍ୱାପର ଯୁଗରେ ମାତା ପାର୍ବତୀ ଙ୍କ ନିକଟରେ ପୁନର୍ବାର ଜନ୍ମ ହୋଇଥିଲେ ଓ ଗଣେଶ ନାମରେ ପ୍ରସିଦ୍ଧ ହୋଇଥିଲେ l ଋଷି ପରାଶର ତାଙ୍କର ଲାଳନ ପାଳନ କରିଥିଲେ ଓ ବେଦବ୍ୟାସ ଙ୍କ ଅନୁଗ୍ରହ କ୍ରମେ ମହାଭାରତ ରଚନା କରିଥିଲେ l

* କୁହାଯାଏ ଯେ ଦ୍ୱାପର ଯୁଗରେ ଋଷି ପରାଶର ଙ୍କ ନିକଟ ରେ ଗଜମୁଖ ନାମରେ ଜନ୍ମ ନେଇଥିଲେ l ତାଙ୍କର ବାହନ ମୂଷିକ ଥିଲେ l

* ମାନ୍ୟତା ରହିଛି ଯେ ଶ୍ରୀଗଣେଶ କଳିଯୁଗ ର ଶେଷ ସମୟ ରେ ଆଉ ଗୋଟିଏ ଅବତାର ନେବେ l ସେ ଦେବଦତ୍ତ ନାମରେ ନୀଳ ରଙ୍ଗର ଘୋଡା ଉପରେ ୪ ଭୁଜା ରେ ସବାର ହେବେ l ତାଙ୍କ ହାତରେ ଖଡଗ ରହିବ ଓ ପାପୀ ମାନଙ୍କ ର ବିନାଶ କରିବେ l
କେବେଠାରୁ ଭାରତରେ ଆରମ୍ଭ ହୋଇଛି ଗଣେଶ ଉତ୍ସବ ଓ ଗଣପତି ବାପା ମୋରୀଆ ଜୟ ଧ୍ୱନୀ ପଛର କରଣ କଣ

ପ୍ରାଚୀନକାଳ ରୁ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଗଜାନନ ନ୍କ ଜନ୍ମ ଉତ୍ସବ ପାଳନ କରାଯାଇ ଥାଏ l ଏହି ସମୟରେ ଭାରତର ସହର ଗ୍ରାମ ଓ ପୁରପଲ୍ଲୀ ସୁସଜିତ ପେଣ୍ଡାଲ ରେ ଶୋଭା ପାଇଥାଏ l ଏହା ହିନ୍ଦୁ ମାନଙ୍କର ଗୋଟିଏ ପୁରୁଣା ପାରମ୍ପରିକ ଉତ୍ସବ l ସାର୍ବଜନିକ ଭାବରେ ଗଣେଶ ଚତୁର୍ଥୀ ଇଂରେଜ ମାନଙ୍କ ସମୟ ରୁ ପାଳନ କରାଯାଉଛି l ବିଶେଷ ଭାବରେ ମହାରାଷ୍ଟ୍ରରେ ଗଣପତି ଙ୍କ ଜନ୍ମ ଉତ୍ସବ ଜାକଜମକ ରେ ପାଳିତ ହୋଇଥାଏ l ଗଣପତି ଉତ୍ସବ ମହାରାଷ୍ଟ୍ର ରେ ୧୮୯୩ ରୁ ଆରମ୍ଭ ହୋଇ ଆସୁଛି , ଯାହାକୁ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ ଆରମ୍ଭ କରିଥିଲେ

ସେହି ସମୟରେ ତିଳକ ଯୁବା କ୍ରାନ୍ତିକାରୀ ନେତା ଭାବରେ ଜଣାଶୁଣା ଥିଲେ l ସେହି ସମୟରେ ଇଂରେଜ ସରକାର ଙ୍କର ମଧ୍ୟ ତିଳକ ଙ୍କ ପ୍ରତି ଖୁବ ଭୟ ଥିଲା l ତିଲକ ଜାଣିଥିଲେ ଯେ ଯଦି ତିଲକ କୌଣସି ମଞ୍ଚ ରେ ଭାଷଣ ଦେବେ ତେବେ ସେଠାରେ ଅଗ୍ନି ବର୍ଷା ହେବ l ତିଳକ ସ୍ୱରାଜ ପାଇଁ ସଂଘର୍ଷ କରୁଥିଲେ ଓ…
ଚଳିତ ଥର ଗଣେଶ ଚତୁର୍ଥୀରେ ଘଟୁଛି ବିଶେଷ ଯୋଗ, କିଣି ପାରିବେ ଏହିସବୁ ନୂତନ ବସ୍ତୁ

ସେପ୍ଟେମ୍ବର ୧୯ ତାରିଖ ଦିନ ଗଣେଶ ଉତ୍ସବ ସାରା ଭାରତେ ପାଳିତ ହେବାକୁ ଯାଉଛି l ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ପାଳିତ ହୋଇଥାଏ l ମାନ୍ୟତା ରହିଛି ଯେ ଗଣେଶ ଚତୁର୍ଥୀ ଠାରୁ ଅନନ୍ତ ଚତୁର୍ଥୀ ପର୍ଯ୍ୟନ୍ତ ଶ୍ରୀଗଜାନନ ପୃଥିବୀ ପୃଷ୍ଠରେ ରହି ନିଜ ଭକ୍ତ ମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରି ଥାଆନ୍ତି l ଏହି ସମୟରେ ଗଣପତି ଙ୍କୁ କରାଯାଇଥିବା ପୂଜାର୍ଚନା ସିଧ ହୋଇଥାଏ l

ଗଣେଶ ଚତୁର୍ଥୀରେ ଶୁଭ ଯୋଗ –
ଗଣେଶ ଚତୁର୍ଥୀରେ ଶୁଭ ବସ୍ତୁ ଯେପରିକି ସୁନା, ଚାନ୍ଦି , ଗାଡି, ଭୂମି କିଣିବା ଲାଭଦାୟକ ଅଟେ l ଚଳିତ ଥର ଗଣେଶ ଚତୁର୍ଥୀ ରେ ଉତ୍ତାନ ବସ୍ତୁ କ୍ରୟ କରିବାର ଖୁବ ଶୁଭ ସମୟ ରହିଛି l ଯାହାଦ୍ୱାରା ମଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l ଯେଉଁ ବସ୍ତୁ ଆପଣ କିଣିବେ ତାହା ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଭ ଦେବ l ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ସ୍ଵାତି ଓ ବିଶାଖା ନକ୍ଷତ୍ର, ରବି ଯୋଗର ସଂଯୋଗ ଘଟୁଛି l…
କଳିଯୁଗ ରେ ଏହି ନାମରେ ଅବତାର ନେବେ ଶ୍ରୀଗଣେଶ , ଜାଣନ୍ତୁ କେବେ ହେବ ଏହାର ଉତ୍ପତି

ବିଷ୍ଣୁ ପୁରାଣ ରେ ଯେପେରି ଭଗବାନ ବିଷ୍ଣୁ ଙ୍କ କଳ୍କୀ ଅବତାର ବିଷୟରେ କୁହାଯାଇଛି ସେହିଭଳି ଗଣେଶ ପୁରାଣ ରେ ମଧ୍ୟ କୁହାଯାଇଛି ଯେ ପ୍ରଭୁ ଶ୍ରୀଗଣେଶ କଳିଯୁଗ ରେ ପୃଥିବୀ ରୁ ପାପର ଭାର ହ୍ରାସ କରିବା ପାଇଁ ଅବତାର ନେବେ l ଆସନ୍ତୁ ଏହି ବିଷୟରେ ବିସ୍ତାର ଭାବରେ ଜାଣିବା l

* ଯେତେବେଳେ ବ୍ରାହ୍ମଣ ମାନେ ଜପ ତପ ବେଦ ଅଧ୍ୟୟନ ରୁ ଦୂରେଇ ରହିବେ , ଅନ୍ୟ କର୍ମ ରେ ନିଜକୁ ନିୟୋଜିତ ରଖିବେ , ପୂଜା ଭଳି ପବିତ୍ର କର୍ମ ଠାରୁ ଦୂରେଇ ରହିବେ , ସେତେବେଳେ ଶ୍ରୀଗଣେଶ କଳିଯୁଗ ରେ ଅବତାର ନେବେ l

* ଗଣେଶ ପୁରାଣ ରେ କୁହାଯାଇଛି ଯେତେବେଳେ ମଣିଷ ଲୋଭ ରେ ପଡି ଜଣେ ଅନ୍ୟ ଜଣଙ୍କୁ ଧୋକା ଦେବ , ଏପରିକି ବିଦ୍ୱାନ ଓ ଧାର୍ମିକ ଲୋକ ଧନ ରୋଜଗାର କରିବା ଆଶାରେ ମୂର୍ଖ ହୋଇଯିବେ , ଲୋକେ ଅନ୍ୟର ସ୍ତ୍ରୀ ଉପରେ ଖରାପ ଦୃଷ୍ଟି ରଖିବେ , ଓ ବଳବାନ ଲୋକ ଦୁର୍ବଳ ବ୍ୟକ୍ତି କୁ ହଇରାଣ କରିବେ , ପୃଥିବୀ ରୁ ଅନ୍ୟାୟ ର ବିନାଶ କରିବା ପାଇଁ ଶ୍ରୀଗଣେଶ ଅବତାର ନେବେ l…

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sakala Khabar