ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବଜାରର ଜଣେ ପ୍ରମୁଖ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁ ଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ବ୍ୟବସାୟୀ ଅଶୋକ ପରିବାର ସହ ଘର ତାଲା ପକାଇ କୌଣସି କାର୍ଯ୍ୟରେ ବ୍ରହ୍ମପୁର ଯାଇଥିଲେ।
ରବିବାର ପୂର୍ବାହ୍ନରେ ସେ ବ୍ରହ୍ମପୁରରୁ ଫେରି ଘରର ମୁଖ୍ୟ ଫାଟକର ତାଲା ଖୋଲିଥିଲେ। ଘର ଭିତରକୁ ଯିବା ବେଳେ ଘରର ୨ଟି ଫାଟକର ତାଲା କଟାଯାଇଥିବା ଦେଖିଥିଲେ। ପରେ ଘରେ ପଶି ଦେଖୁଲେ ତାଙ୍କ ବେଡ୍ରୁମ୍ରେ ରହିଥିବା ଆଲମିରା ଭାଙ୍ଗି ତା’ ଭିତରେ ରହିଥିବା ୬ ଟି ସୁନା ମୁଦି ସହ ୪ ଟି ସୁନା ହାର, ଗୋଟିଏ ଚେନ୍, ୧୩ ହଳ ସୁନାଫୁଲ ଯାହାକି ମୋଟ୍ ୨୦ରୁ ୨୨ ଭରି ସୁନା ଗହଣା ଓ ରୁପାର କପ୍, ଗିନା ୨ଟି, ରୁପା ଫରୁଆ, ରୁପା କଏନ ମୋଟ୍ ପ୍ରାୟ ୫ ଶହ ଗ୍ରାମ ରୁପା ସହ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଛି। ଦୁର୍ବୃତ୍ତ ମାନେ ମୁଖ୍ୟ ଫାଟକର ତାଲା ନ କାଟି କାନ୍ଥ ଡେଇଁ ପ୍ରବେଶ କରିଥିବା ଜଣାପଡ଼ିଛି। ବ୍ୟବସାୟୀ ଜଣକ ଏନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ କେଶ ନଂ.୨୦୨/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧୂକାରୀ ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି l

