Thursday, 03 Dec, 6.21 am sakalakhabar.com

ହୋମ୍
ମଧ୍ୟପ୍ରଦେଶର ଜଣେ ଅଦ୍ଭୁତ ଜିଲ୍ଲାପାଳ : ଯିଏ ନିଜ ଉପରେ ଲଗାଇଲେ ଜୋରିମାନା

ନୂଆଦିଲ୍ଲୀ : ଦୁନିଆରେ ଆଜି ମଧ୍ୟ କିଛି ଏହିପରି ସଚୋଟ ସରକାରୀ ଅଧିକାରୀ ରହିଛନ୍ତି ଯେଉଁମାନେ ଅନ୍ୟ ମାନଙ୍କ ଆଗରେ ଉଦାହରଣ ସାଜିଛନ୍ତି l ସେହି ମାନଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟ ପ୍ରଦେଶର ରାଜଗଡ଼ ଜିଲ୍ଲାର ଜିଲ୍ଲାପାଳ ନିରଜ କୁମାର ସିଂହ ଅଟନ୍ତି ,ସେ ନିଜ ଉପରେ ଜୋରିମାନା ଲଗାଇ ଅନ୍ୟମାନଙ୍କ ଆଗରେ ଉଦାହରଣ ପାଲଟିଅଛନ୍ତି l ଡିସେମ୍ବର ୧ ତାରିଖ ଦିନ ଜିଲ୍ଲାପାଳ ନିରଜ କୁମାର ମୁଖ୍ୟମନ୍ତ୍ରୀ ହେଲ୍ପ ଲାଇନ ,ମନରେଗା ,ପ୍ରଧାନମନ୍ତ୍ରୀ ଆବାସ ଇତ୍ୟାଦି ଅଧିକାଂଶ ବିଭାଗକୁ ସମୀକ୍ଷା କରୁଥିଲେ l ଏହି ସମୀକ୍ଷା ଅତ୍ୟନ୍ତ ଲମ୍ବା ଥିଲା l

ଠିକ ସମୟରେ ଏହି ପ୍ରକରଣ ନ ସରିବାରୁ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଜର ଓ ବିଭାଗର ଅଧିକାରୀ ମାନଙ୍କ ଉପରେ ଜୋରିମାନା ଲଗାଇଛନ୍ତି l ଏହି ଜୋରିମାନା ସେହି ବିଭାଗୀୟ କର୍ମଚାରୀ ଓ ଅଧିକାରୀ ମାନଙ୍କ ଉପରେ ଲାଗ ଯାଇଥିଲା ,ଯାହାଙ୍କ ବିରୁଦ୍ଧରେ ସବୁବେଳେ ଅଭିଯୋଗ ମିଳିବ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା l ପାଖାପାଖି ୧୧୪୦ ଅଭିଯୋଗ ରହିଥିବା କାରଣରୁ ଜୋରିମାନା ଭାବରେ ୧ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ମିଳିଥିଲା l ଜିଲ୍ଲାପାଳ ଜଣଙ୍କ ପ୍ରତେକ ଅଭିଯୋଗରେ ୧୦୦ ଟଙ୍କାର ଜୋରିମାନା ରାଶି ଦଣ୍ଡ ସ୍ୱରୂପ ଲଗାଇଥିଲେ l

ଏହା ସହିତ ଜିଲ୍ଲାପାଳ ମହଦୟ ସମସ୍ତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ୟାହ୍ୟା ମଧ୍ୟ ନିର୍ଦେଶ ଦେଇଛନ୍ତି ଯେ ଗୋଟିଏ ସପ୍ତାହ ଭିତରେ ଯେତେ ଜଲ୍ଦି ସମ୍ଭବ ସମସ୍ତ ଅଭିଯୋଗକୁ ଠିକରେ ଯାଞ୍ଚ କରାଯାଉ l ଜିଲ୍ଲାପାଳ ମହଦୟଙ୍କ କହିବା ଅନୁସାରେ ସେ ଏଭଳି ଏଥିପାଇଁ କଲେ କାରଣ ସମସ୍ତ ବିଭାଗର ସମୀକ୍ଷା ତାଙ୍କ ଦ୍ୱାରା କରା ଯାଉଛି ଓ ଲମ୍ବିତ ପ୍ରକରଣର ନିରାକରଣ ଠିକ ସମୟରେ ନହୋଇ ପାରିବ କାରଣରୁ ତାଙ୍କ ଉପରେ ସମସ୍ତ ଦାଇତ୍ୱ ରହିଛି l ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ତାଙ୍କର ଦାଇତ୍ୱ ଦେଖିବାକୁ ଯାଇ ସେ ଏହିପରି ପଦକ୍ଷପ ନେଇଛନ୍ତି l

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sakala Khabar
Top