Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନାଲକୋର ଆର୍ଥିକ ବର୍ଷ ୨୦୨୬ - ୨୭ ର ପ୍ରଥମ ତ୍ରୈମାସିକ ଫଳାଫଳ : ୮୮ % ବୃଦ୍ଧି ସହ ୨୦୦୨.୩୮ କୋଟି ଟଙ୍କାର ନିଟ୍ ଲାଭ

ନାଲକୋର ଆର୍ଥିକ ବର୍ଷ ୨୦୨୬ - ୨୭ ର ପ୍ରଥମ ତ୍ରୈମାସିକ ଫଳାଫଳ : ୮୮ % ବୃଦ୍ଧି ସହ ୨୦୦୨.୩୮ କୋଟି ଟଙ୍କାର ନିଟ୍ ଲାଭ

sakalakhabar.com 1 week ago

ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ଏବଂ ଦେଶର ପ୍ରମୁଖ ଆଲୁମିନିୟମ ନିର୍ମାତା ତଥା ରପ୍ତାନିକାରୀ କମ୍ପାନୀ ନାଲକୋ ପକ୍ଷରୁ ଆର୍ଥିକ ବର୍ଷ ୨୦୨୬ - ୨୭ ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି ।

ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ଅନୁମୋଦିତ ଆର୍ଥିକ ଫଳାଫଳ ଅନୁଯାୟୀ, ଜୁନ୍ ୩୦, ୨୦୨୬ ରେ ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ କମ୍ପାନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ନିଟ୍ ଲାଭରେ ୮୮% ବୃଦ୍ଧି ସହ ମୋଟ ଲାଭ ୨୦୦୨.୩୮ କୋଟି ଟଙ୍କା ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୧୦୬୩.୮୬ କୋଟି ଟଙ୍କା ଥିଲା । ଏଥି ସହ, ପ୍ରଥମ ତ୍ରୈମାସିକରେ ମୋଟ ବ୍ୟବସାୟ ୩୯% ବୃଦ୍ଧି ପାଇ ୫୩୦୨.୩୮ କୋଟି ଟଙ୍କାରେ ପହଞ୍ଚିଛି ।

୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ନାଲକୋ ଅନ୍ତିମ ଲାଭାଂଶ ହିସାବରେ ପ୍ରତି ଇକ୍ୱିଟି ସେୟାର ପିଛା ୧ ଟଙ୍କା ହିସାବରେ ମୋଟ ୧୮୩.୬୬ କୋଟି ଟଙ୍କାର ଚୂଡ଼ାନ୍ତ ଲାଭାଂଶ ସୁପାରିଶ କରିଛି, ଯାହାକୁ ଆଗାମୀ ୪୫ତମ ବାର୍ଷିକ ସାଧାରଣ ବୈଠକରେ ସେୟାରଧାରକମାନଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ।

ଫଳାଫଳ ସମ୍ବନ୍ଧରେ ନିଜର ମତ ରଖି, ଅଧ୍ୟକ୍ଷ-ସହ-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, "ପ୍ରଥମ ତ୍ରୈମାସିକର ଦୃଢ଼ ପ୍ରଦର୍ଶନ, ଅନୁକୂଳ ବିଶ୍ୱ ଆଲୁମିନିୟମ ମୂଲ୍ୟ, ବର୍ଦ୍ଧିତ ଉତ୍ପାଦନ ତଥା ବିକ୍ରୟ ପରିମାଣ – ବିଶେଷକରି ଘରୋଇ ଆଲୁମିନା ବିକ୍ରୟରେ ବୃଦ୍ଧି – ଏବଂ ଏକ ଅନୁକୂଳ ଘରୋଇ ବ୍ୟବସାୟ ପରିବେଶ ଦ୍ୱାରା ହାସଲ ହୋଇଛି । ଏଥି ସହ, ସେ ନିର୍ଦ୍ଦେଶକ ମଣ୍ଡଳୀର ରଣନୈତିକ ମାର୍ଗଦର୍ଶନ, କର୍ମଚାରୀ, ବ୍ୟବସାୟ ସହଯୋଗୀ ଏବଂ ଅଂଶୀଦାରମାନଙ୍କ ପ୍ରତିବଦ୍ଧତା ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଏକ ଦୃଢ଼ ବ୍ୟବସାୟିକ ପ୍ରାରମ୍ଭ ହୋଇଛି ବୋଲି ମତ ପ୍ରକାଶ କରିଛନ୍ତି ।

ଶ୍ରୀ ସିଂହ ଆହୁରି କହିଛନ୍ତି ଯେ, ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗ ଦ୍ୱାରା କମ୍ପାନୀ ଆଗକୁ ବଢ଼ିବା ସହିତ, ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟ ସମାପ୍ତି ଉପରେ ଧ୍ୟାନ ଦେଉଛି । ଆଗାମୀ ଦିନରେ କମ୍ପାନୀ ଉତ୍ପାଦନ କ୍ଷମତା ବୃଦ୍ଧି, ଅଂଶୀଦାରମାନଙ୍କୁ ନିରନ୍ତର ମୂଲ୍ୟ ପ୍ରଦାନ, ଗବେଷଣା ଏବଂ ବିକାଶ ନବସୃଜନ ଏବଂ ସମ୍ବଳ ବ୍ୟବହାରକୁ ଅପ୍ଟିମାଇଜ୍ କରିବା ଉପରେ ଗୁରୁତ୍ୱ ଦେଉଛି।

ଉଲ୍ଲେଖନୀୟ ଯେ, ପ୍ରଥମ ତ୍ରୈମାସିକରେ ଉତ୍ପାଦନ କ୍ଷେତ୍ରରେ ମଧ୍ୟ କମ୍ପାନୀ ସର୍ବକାଳୀନ ସର୍ବାଧିକ ୧୯.୫୨ ଲକ୍ଷ ଟନ୍ ବକ୍ସାଇଟ୍ ଖନନ ଏବଂ ସର୍ବକାଳୀନ ସର୍ବାଧିକ ୫.୭୭ ଲକ୍ଷ ଟନ୍ କାଲସାଇଣ୍ଡ ଆଲୁମିନା ଉତ୍ପାଦନ ରେକର୍ଡ କରିବା ସହ ପ୍ରଥମ ତ୍ରୈମାସିକରେ ସର୍ବାଧିକ ୩.୪୭ ଲକ୍ଷ ଟନ୍ ଆଲୁମିନା/ହାଇଡ୍ରେଟ୍ ବିକ୍ରୟ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sakala Khabar