Dailyhunt
ନିଜ ଗାଧୁଆଘରେ ଏହି ଜିନିଷ ଗୁଡିକୁ ଅଧିକ ଦିନ ବ୍ୟବହାର କରନ୍ତୁ ନାହିଁ, ଏହା ଚର୍ମ ରୋଗର କାରଣ ହୋଇପାରେ

ନିଜ ଗାଧୁଆଘରେ ଏହି ଜିନିଷ ଗୁଡିକୁ ଅଧିକ ଦିନ ବ୍ୟବହାର କରନ୍ତୁ ନାହିଁ, ଏହା ଚର୍ମ ରୋଗର କାରଣ ହୋଇପାରେ

sakalakhabar.com 1 week ago

ମ ଚତୁର୍ପାଶ୍ୱ ସଫା ରହିଲେ ହିଁ ଆମେ ସୁସ୍ଥ ରହିବା , ଉଭୟ ଉଭୟଙ୍କ ର ପରିପୂରକ ଅଟନ୍ତି l ସେଥିପାଇଁ ଉଭୟଙ୍କ ର ଜୀବନ ରେ ଅନେକ ମହତ୍ୱ ରହିଛି l ଘର ସଫା ରଖିବା ଭଳି ଆମେ ନିଜର ଗାଧୁଆ ଘର କୁ ମଧ୍ୟ ସଫା ରଖିବା ଖୁବ ଜରୁରୀ l କାହିଁକି ନା ଅସନା ଗାଧୁଆ ଘର ରୋଗ କୁ ନିମନ୍ତ୍ରଣ ଦେଇଥାଏ l ଗାଧୁଆ ଘରେ ଏଭଳି କିଛିଟା ଜିନିଷ ରହିଥାଏ ଯାହାକି ରୋଗକୁ ନିମନ୍ତ୍ରଣ ଦେଇଥାଏ l ସେହି ଗୁଡିକୁ ଆମେ ଯଥା ଶୀଘ୍ର ବାହାର କରି ଫିଙ୍ଗି ଦେବା ଜରୁରୀ l

* ଗାଧୋଇବା ସମୟରେ ଆମେ ଲୁଫର ବ୍ୟବହାର କରିବା ଦ୍ୱାରା ଶରୀର ରେ ରକ୍ତ ସଂଚାଳନ ଭଲରେ ହୋଇଥାଏ l କିନ୍ତୁ ଗୋଟିଏ ଲୁଫ କୁ ଅନେକ ଦିନ ଧରି ବ୍ୟବହାର କରିବା ଠିକ ନୁହେଁ l ଏହା ସ୍କିନ କୁ ସଂକ୍ରମିତ କରିଥାଏ l

* ଗାଧୁଆ ଘରେ ଯଦି କୌଣସି ଜିନିଷ ର ସର୍ବାଧିକ ବ୍ୟବହାର ହୋଇଥଏ ତାହା ହେଉଛି ସାବୁନ l ସାବୁନ ଅନେକ ଦିନ ଧରି ଖୋଲାରେ ରହିବା ଦ୍ୱାରା ବ୍ୟାକଟେରିଆ ଦ୍ୱାରା ପ୍ରଭାବିତ ହୋଇଥାଏ l

* କଦପି ଦାନ୍ତ ଘଷା ବ୍ରସ ଦୀର୍ଘ ଦିନ ବ୍ୟବହାର କରିବା ଉଚିତ ନୁହେଁ l ଏହାଦ୍ୱାରା ପାଟିରେ ବିଭିନ୍ନ ପ୍ରକାରର ସଂକ୍ରମଣ ହୋଇଥାଏ l ଦାନ୍ତ ମାଢି ମଧ୍ୟ ଇନଫେକ୍ସନ ହୋଇଥାଏ l

* ଯଦି ଆପଣ ଅନେକ ଦିନ ର ବ୍ୟବହୃତ ବ୍ଲେଡ ଦାଢ଼ି କାଟିବା ପାଇଁ ରଖୁଛନ୍ତି , ତେବେ ରଖନ୍ତୁ ନାହିଁ l ଏହା ଆପଣଙ୍କ ପାଇଁ କ୍ଷତି କାରକ ହୋଇପାରେ l କାହିଁକି ନା ଦୀର୍ଘ ଦିନ ଧରି ବ୍ଲେଡ ରହିଲେ ଗାଧୁଆ ଘରେ କଳଙ୍କି ଲାଗି ଯାଇଥାଏ l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sakala Khabar