Thursday, 03 Dec, 6.42 am sakalakhabar.com

ହୋମ୍
ନୂଆ ତରିକାରେ ଲୁଟ୍ କଲେ ଲୁଟେରା : ରାସ୍ତା ଉପରେ ଟଙ୍କାର ବର୍ଷା

ନୂଆଦିଲ୍ଲୀ : ବ୍ୟାଙ୍କ ଲୁଟର ଏପରି ଗୋଟିଏ ମାମଲା ଆଗକୁ ଆସିଛି ଯାହାକୁ ହୁଏତ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ l ଲୁଟେରା ମାନେ କଷ୍ଟକରି ଲୁଟାଇଥିବା ଟଙ୍କାକୁ ରାସ୍ତା ଉପରେ ପକାଇବାକୁ ଲାଗିଥିଲେ ,ଯାହାକୁ ଉଠାଇବା ପାଇଁ ସାଧାରଣ ଲୋକଙ୍କର ରାସ୍ତା ଉପରେ ଭିଡ ଲାଗିଯାଇଥିଲା l ଲୁଟେରା ମାନେ ଏହା କରିବାର କିଛି ଗୋଟିଏ କାରଣ ରହିଥିଲା l ଏହି ଘଟଣାଟି ଘଟିଛି ବ୍ରାଜିଲରେ l ଡିସେମ୍ବର ୧ ତାରିଖ ଦିନ ରାତିରେ ୨୪ ରୁ ଅଧିକ ଲୁଟେରା ରାଇଫଲ ଧରି ପାଖାପାଖି ୪ଟି ବ୍ୟାଙ୍କକୁ ଲୁଟାଇଥିଲେ l

ଏହି ସମୟରେ ସେମାନେ ୬ ଜଣ ଲୋକଙ୍କୁ ବନ୍ଧକ ରଖିଥିଲେ l ଏହି ଲୁଟେରା ମାନେ କଳା ରଙ୍ଗର ପୋଷାକ ପିନ୍ଧିଥିଲେ ଓ ବିଳମ୍ବିତ ରାତିରେ ଏହି ଘଟଣା ଘଟାଇଥିଲେ l ପୋଲିସ ଓ ଲୁଟେରାଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା ଏବଂ ଦୁଇଜଣ ଆହତ ହୋଇଥିଲେ l ଏମାନଙ୍କ ମଧ୍ୟରୁ ଜଣେ ପୋଲିସ କର୍ମୀ ସାମିଲ ଥିଲେ l ଏହି ଲୁଟେରା ମାନେ କେତେ ଟଙ୍କା ଲୁଟ କରିଥିଲେ ତାହାର କୌଣସି ତଥ୍ୟ ମିଳିନାହିଁ l ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ପାଖାପଖି ଏହି ଲୁଟ କାର୍ଯ୍ୟରେ ୩୦ ଜଣ ଅପରାଧୀ ସାମିଲ ଥିଲେ ଓ ସେମାନେ ୧୦ଟି କାରରେ ଏହି ଘଟଣା ଘଟାଇ ଥିଲେ l

ଲୁଟେରା ମାନେ ସହରର ଅଧିକାଂଶ ରାସ୍ତାକୁ ବନ୍ଦ କରି ଦେଇଥିଲେ କାରଣ ପୋଲିସ ତାଙ୍କ ନିକଟରେ ଶୀଘ୍ର ପହଞ୍ଚି ପାରିବ ନାହିଁ l ଏହି ରାସ୍ତା ବନ୍ଦ ଘଟଣା ସେମାନେ ଅଦ୍ଭୁତ ଭାବରେ ଘଟାଇ ଥିଲେ l ଲୁଟ ହୋଇଥିବାବି ପଇସାକୁ ରାସ୍ତାରେ ସାଧାରଣ ନାଗରିକ ପାଖରେ ପକାଇବାକୁ ଲାଗିଲେ l ସେହି ପଇସାକୁ ଉଠାଇବା ପାଇଁ ଜନସାଧାରଣ ମାନେ ରାସ୍ତାରେ ଏଣେ ତେଣେ ଦୌଡିବାକୁ ଲାଗିଲେ l ଯେଉଁ କାରଣରୁ ପୋଲିସ ଲୁଟେରା ମାନଙ୍କ ପାଖରେ ଶୀଘ୍ର ପହଞ୍ଚି ପାରିଲା ନାହିଁ l ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଏହି ଟଙ୍କା ବର୍ଷାର ଅବସ୍ଥା ଦେଖି ଆମକୁ ଲାଗିଲା ଯେମିତି କେଉଁ ଚଳଚିତ୍ର ଦେଖୁଛୁ l

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sakala Khabar
Top