Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶାରେ ଜିଓର ଦବଦବା - ଏପ୍ରିଲରେ ଯୋଡ଼ିଛି ସର୍ବାଧିକ ୧ ଲକ୍ଷ ୬୧ ହଜାର ନୂଆ ଗ୍ରାହକ; ରାଜ୍ୟରେ ମୋଟ ଜିଓ ଗ୍ରାହକ ସଂଖ୍ୟା ୧.୮୭ କୋଟି : ଟ୍ରାଇ ତଥ୍ୟ

ଓଡ଼ିଶାରେ ଜିଓର ଦବଦବା - ଏପ୍ରିଲରେ ଯୋଡ଼ିଛି ସର୍ବାଧିକ ୧ ଲକ୍ଷ ୬୧ ହଜାର ନୂଆ ଗ୍ରାହକ; ରାଜ୍ୟରେ ମୋଟ ଜିଓ ଗ୍ରାହକ ସଂଖ୍ୟା ୧.୮୭ କୋଟି : ଟ୍ରାଇ ତଥ୍ୟ

sakalakhabar.com 1 week ago

କୋଟି୮୭ଲକ୍ଷରୁଅଧିକମୋବାଇଲ୍ଏବଂହୋମ୍ବ୍ରଡବ୍ୟାଣ୍ଡଗ୍ରାହକଙ୍କସହିତଜିଓୱାୟାରଲେସ୍, ୱାୟାରଲାଇନ୍ଏବଂଏଫଡବ୍ଲୁଏକ୍ଷେତ୍ରରେଓଡ଼ିଶାରେସବୁଠାରୁଆଗରେରହିଛି

- ଏପ୍ରିଲମାସରେଓଡ଼ିଶାରେଜିଓଯୋଡ଼ିଛି.ଲକ୍ଷରୁଅଧିକନୂଆମୋବାଇଲ୍ଗ୍ରାହକଏବଂ୧୭୦୦୦ରୁଅଧିକନୂତନହୋମ୍ବ୍ରଡବ୍ୟାଣ୍ଡଗ୍ରାହକ: ଟ୍ରାଇତଥ୍ୟ

-ଓଡ଼ିଶାରେ.୬୬ଲକ୍ଷରୁଅଧିକଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ନିରବଛିନ୍ନ ହାଇ - ସ୍ପିଡ୍ ବ୍ରଡବ୍ୟାଣ୍ଡ , ବିଶ୍ୱସ୍ତରୀୟ ଗୃହ ମନୋରଞ୍ଜନ , ୮୦୦ + ଟିଭି ଚ୍ୟାନେଲ୍ , ୧୧ + ଓଟିଟି ଆପ୍ , ଅସୀମିତ ୱାଇଫାଇ ଉପଭୋଗ କରୁଛନ୍ତି

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଦବଦବା ଜାରି ରଖି, ରିଲାଏନ୍ସ ଜିଓ ଏପ୍ରିଲ ୨୦୨୬ରେ ରାଜ୍ୟରେ ସର୍ବାଧିକ ୧.୬୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଏପ୍ରିଲ୍ ୨୦୨୫ରେ ଓଡ଼ିଶାରେ ଜିଓ ନେଟୱାର୍କରେ ୧.୪୩ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଏବଂ ୧୭୦୦୦ ରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଗ ଦେଇଛନ୍ତି। ଏପ୍ରିଲ୍ ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୨.୫୨ ଲକ୍ଷରୁ ଅଧିକ ବୃଦ୍ଧି ପାଇ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୮୪ କୋଟିରେ ପହଞ୍ଚିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

ରାଜ୍ୟରେ ହୋମ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଏହାର ବଜାର ନେତୃତ୍ୱକୁ ସୁଦୃଢ଼​​କରିବା ସହିତ ସାରା ରାଜ୍ୟରେ ଜିଓଫାଇବର ଓ ଜିଓଏୟାରଫାଇବର ଲୋକପ୍ରିୟତା ବଳରେ ରିଲାଏନ୍ସ ଜିଓ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ତୁଳନାରେ ଏପ୍ରିଲ ମାସରେ ଦୁଇଗୁଣ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି। ଏହା ସହିତ, ଜିଓ ଓଡ଼ିଶାରେ ସମସ୍ତ ତିନୋଟି କ୍ଷେତ୍ରରେ – ୱାୟାରଲେସ୍, ୱାୟାରଲାଇନ୍ ଏବଂ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) କ୍ଷେତ୍ରରେ ଏହାର ବଜାର ନେତୃତ୍ୱକୁ ଆହୁରି ସୁଦୃଢ଼​​କରିଛି। ରାଜ୍ୟରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ, ଜିଓର ବର୍ତ୍ତମାନ ସର୍ବାଧିକ ପ୍ରାୟ ୧.୮ କୋଟି ମୋବାଇଲ୍ ଗ୍ରାହକ, ୩.୭୬ ଲକ୍ଷରୁ ଅଧିକ ଜିଓଫାଇବର ଗ୍ରାହକ ଏବଂ ୩.୯ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ଅଛନ୍ତି। ଓଡ଼ିଶାର ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳରେ ହଜାର ହଜାର ଗ୍ରାମରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗକୁ ବଢ଼ାଇ ଜିଓ ସେମାନଙ୍କ ଘରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ଉପଲବ୍ଧ କରାଇଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ଜିଓ ଏପ୍ରିଲ ମାସରେ ୨୯ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୫.୭୧ ଲକ୍ଷରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି, ଯାହା ମଧ୍ୟରେ ୧.୪୨ ଲକ୍ଷ ନୂତନ ଜିଓଫାଇବର ଏବଂ ୪.୨୯ ଲକ୍ଷ ନୂତନ ଜିଓଏୟାରଫାଇବର ଗ୍ରାହକ ଅନ୍ତର୍ଭୁକ୍ତ ଅଛନ୍ତି।

ଏହାର ଅତ୍ୟାଧୁନିକ ପ୍ରଯୁକ୍ତି, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ-ପ୍ରଥମ ନୀତି ସହିତ, ଜିଓ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗେଇ ନେଉଛି। ନିକଟରେ କମ୍ପାନୀ ଏକ ନୂତନ ୨୦୦ ଟଙ୍କା ମୂଲ୍ୟର ଜିଓ ଓଟିଟି ପାସ୍ ପ୍ରଚଳନ କରିଛି ଯାହା ସୁଲଭ ମୂଲ୍ୟରେ ୧୫ଟି ପ୍ରିମିୟମ୍ ଓଟିଟି ଆପ୍, ଜିଓଟିଭିରେ ୧,୦୦୦ ରୁ ଅଧିକ ଲାଇଭ୍ ଟିଭି ଚାନେଲ, ୩୦ ଜିବି ହାଇ-ସ୍ପିଡ୍ ଡାଟା ଏବଂ ଉପଭୋକ୍ତାଙ୍କ ମୂଳ ପ୍ଲାନ୍ ବୈଧତା ଅବଧି ଯାଏଁ ଅସୀମିତ ୫ଜି ସୁବିଧା ପ୍ରଦାନ କରୁଛି। ୨୮-ଦିନର ପ୍ୟାକ୍ ବୈଧତା ରହିଥିବା ଏହି ଓଟିଟି ପାସରେ ୟୁଟ୍ୟୁବ ପ୍ରିମିୟମ, ଜିଓ ହଟଷ୍ଟାର ମୋବାଇଲ + ହଲିଉଡ, ପ୍ରାଇମ ଭିଡିଓ ମୋବାଇଲ ଏଡିସନ ସମେତ ଜିଓଟିଭି ମାଧ୍ୟମରେ ଉପଲବ୍ଧ ୧୨ଟି ଅତିରିକ୍ତ ଓଟିଟି ସୋନି ଲିଭ, ଜିଫାଇଭ, ଲାୟନ୍ସଗେଟ ପ୍ଲେ, ଡ଼ିସକଭରୀ ପ୍ଲସ, ସନ ନେକ୍ସଟ, ଫ୍ୟାନକୋଡ, ତରଙ୍ଗ ପ୍ଲସ, କଞ୍ଚା ଲଙ୍କା, ପ୍ଲାନେଟ ମରାଠୀ, ଚଉପାଲ, ହୋଇଚୋଇ ଏବଂ ଟାଇମ୍ସ ପ୍ଲେ, ମଧ୍ୟ ଉପଲବ୍ଧ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sakala Khabar