ଓ଼ମେଗା -3 ଫ୍ୟାଟି ଏସିଡ ମଣିଷ ଶରୀର ପାଇଁ ଗୋଟିଏ ଜରୁରୀ ଉପାଦାନ, ବିଶେଷ ଭାବରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଶରୀର ପାଇଁ ଖୁବ ଜରୁରୀ, ଓ଼ମେଗା -3 ଫ୍ୟାଟି ଏସିଡ ଶରୀର ର ବିକାଶ ଓ ଫଙ୍କସନ ପାଇଁ ଆବଶ୍ୟକ ହୋଇଥାଏ, ଆସନ୍ତୁ ଜାଣିବା କାହିଁକି ମହିଳାଙ୍କୁ ଅଧିକ ଆବଶ୍ୟକ ରହିଛି ଓ଼ମେଗା -3 ଫ୍ୟାଟି ଏସିଡ ର l
- ଅଧିକାଂଶ ମହିଳା ମାସିକ ଋତୁସ୍ରାବ ଜନିତ ଯନ୍ତ୍ରଣା ରେ ପୀଡିତ ହୋଇଥାଆନ୍ତି, ଯେପରିକି ପେଟ ଯନ୍ତ୍ରଣା, ଅଣ୍ଟା ଯନ୍ତ୍ରଣା ଇତ୍ୟାଦି l କିନ୍ତୁ ଏହି ସମୟରେ ଓ଼ମେଗା -3 ଫ୍ୟାଟି ଏସିଡ ର ଆବଶ୍ୟକତା ଝିଅ ପିଲା ଓ ମହିଳା ମାନଙ୍କ ପାଇଁ ଜରୁରୀ ହୋଇଥାଏ l
– ମହିଳା ମାନେ ପୁରୁଷଙ୍କ ତୁଳନାରେ ଅର୍ଥାରଇଟିସ ସମସ୍ୟାରେ ଅଧିକ ପୀଡିତ ହୋଇଥାଆନ୍ତି l ମହିଳା ମାନଙ୍କ ନିକଟରେ ୪୦ ବର୍ଷ ପରେ ରୁମେଟଏଡ ଆର୍ଥରାଇଟିସ ସମସ୍ୟା ଦେଖିବାକୁ ମିଳିଥାଏ, ଯାହାକି ଶରୀରର ଇମ୍ୟୁନ ସିଷ୍ଟମ କୁ ମଧ୍ୟ ପ୍ରଭାବିତ କରିଥାଏ l ଏପରି ସ୍ଥିତିରେ ଓ଼ମେଗା -3 ଫ୍ୟାଟି ଏସିଡ ଖୁବ ଜରୁରୀ l
– ନିୟମିତ ଓ଼ମେଗା -3 ଫ୍ୟାଟି ଏସିଡ ସେବନ ରକ୍ତ ସଂଚାଳନ କୁ ଠିକ କରିଥାଏ, ଓ଼ମେଗା -3 ଫ୍ୟାଟି ଏସିଡ ସେବନ ଦ୍ୱାରା ଶରୀର ର ଫୁଲା ହ୍ରାସ ହୋଇଥାଏ l ହର୍ମୋନାଲ ଇମ୍ବଲାନ୍ସ ମଧ୍ୟ ଠିକ ରହିଥାଏ l
– ଓ଼ମେଗା -3 ଫ୍ୟାଟି ଏସିଡ ହାର୍ଟ ପାଇଁ ଖୁବ ଜରୁରୀ ଉପାଦାନ , ଓ଼ମେଗା -3 ଫ୍ୟାଟି ଏସିଡ ସେବନ ଦ୍ୱାରା ବ୍ଲଡ଼ ପ୍ରେସର ସନ୍ତୁଳିତ ରହିଥାଏ l ବ୍ଲଡ଼ ରେ ଫ୍ୟାଟ ହ୍ରାସ ହୋଇଥାଏ l ଏବଂ ହାର୍ଟ ମଧ୍ୟ ଠିକ ଭାବରେ ପମ୍ପିଂଗ କରିଥାଏ l
* ଏହିସବୁ ଖାଦ୍ୟରେ ରହିଛି ଓ଼ମେଗା -3 ଫ୍ୟାଟି ଏସିଡ -:
– ଅଖରୋଟ , ଚିଆ ସିଡ୍ସ, ସବୁଜ ପନିପରିବ , ଫ୍ରେସ ଫଳ, ଶାଗ ଜାରିୟା ଜିନିଷ ରେ ରହିଥଏ ଓ଼ମେଗା -3 ଫ୍ୟାଟି ଏସିଡ l

