Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
SCO ମିଟ ରେ ସହବାଜଙ୍କୁ ଅଣଦେଖା କଲେ ମୋଦୀ

SCO ମିଟ ରେ ସହବାଜଙ୍କୁ ଅଣଦେଖା କଲେ ମୋଦୀ

sakalakhabar.com 6 days ago

ସାଂଘାଇ ସହଯୋଗ ସଙ୍ଗଠନ (SCO) ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ର ରାଷ୍ଟ୍ରପତି ଶୀ ଜିନପିଙ୍ଗ ଙ୍କ ସାକ୍ଷାତ ହୋଇଛି, ଦୁଇ ନେତା ଙ୍କ ଏହି ସାକ୍ଷାତ ହୋଇଛି l ଦୁଇ ନେତାଙ୍କ ଏହି ସାକ୍ଷାତ ଏଭଳି ସମୟରେ ହୋଇଛି , ଯେତେବେଳେ 2020 ରେ ଗଳବାନ ଘାଟି ରେ ହୋଇଥିବା ସୈନ୍ୟ ଉତେଜନା ପରେ ଭାରତ ଓ ଚୀନ ର ସମ୍ବନ୍ଧ ଉତ୍ତେଜନାପୂର୍ଣ୍ଣ ରହିଥିଲା l

କାର୍ଗିସ୍ତାନ ର ରାଜଧାନୀ ବିଶକେକ ରେ ଆୟୋଜିତ SCO ସମ୍ମିଳନୀ ସମୟରେ ଦୁଇନେତା ଏକ ସାଙ୍ଗରେ ନଜର ଆସିଥିଲେ, ଏହି ସମୟରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ସହବାଜ ସରିଫଂ ମଧ୍ୟ ଏଠାରେ ଉପସ୍ଥିତ ଥିଲେ, ସମ୍ମିଳନୀ ପୂର୍ବରୁ ଗୃପ ଫଟୋ ପାଇଁ ପ୍ରତିନିଧି ଦେଶର ନେତାମାନେ ପରସ୍ପରକୁ ସାକ୍ଷାତ କରିଥିଲେ, ଏବଂ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ପୁତିନ ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଙ୍କ ସମେତ ସମସ୍ତ ଦେଶର ପ୍ରତିନିଧି ଙ୍କୁ ମଞ୍ଚ ଉପରେ ସାକ୍ଷାତକରି ହାତ ମିଳାଇ ଥିଲେ l

SCO ମିଟ ରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ସହବାଜ ସରିଫଂ ମଧ୍ୟ ନଜର ଆସିଥିଲେ,ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ସରିଫ ଙ୍କ ମଧ୍ୟରେ କୌଣସି ବିଶେଷ କଥାବାର୍ତା ହୋଇନଥିଲା, ବିଶେଷ ଭାବରେ ଭାରତର ପ୍ରଧାନମନ୍ତ୍ରୀ ସରିଫ ଙ୍କୁ ଅଣଦେଖା କରିଥିଲେ, ଏବଂ ମଞ୍ଚ ଉପରେ ଗୋଟିଏ ଅଦ୍ଭୁତ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ସହବାଜ ସରିଫ ରୁଷ ରାଷ୍ଟ୍ରପତି ଙ୍କ ସହିତ କଥା ହେବାକୁ ଆରମ୍ଭ କରିଥିଲେ ସେହି ସମୟରେ ରୁଷ ରାଷ୍ଟ୍ରପତି ଙ୍କ ବଡ଼ି ଗାର୍ଡ ମାନେ ପୁଟିନ ଙ୍କ ନିକଟରେ ଦୌଡ଼ି ପହଂଚି ଯାଇଥିଲେ l ଆଉ ବିଶେଷ କଥାଟି ହେଲା ଭାରତ-ପାକିସ୍ଥାନ ଉଭୟ ଦେଶ SCO ରେ ସ୍ଥାୟୀ ସଦସ୍ୟ ହୋଇ ମଧ୍ୟ କେହି କାହା ସହିତ କଥାର ଆଦାନପ୍ରଦାନ କରିନଥିଲେ l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sakala Khabar