Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସେନା ନିବୃତ୍ତ କର୍ମଚାରୀଙ୍କ ବିୟୋଗ ରେ ସ୍ମୁତି ସଭା

ସେନା ନିବୃତ୍ତ କର୍ମଚାରୀଙ୍କ ବିୟୋଗ ରେ ସ୍ମୁତି ସଭା

sakalakhabar.com 5 days ago

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ପଞ୍ଚାୟତ ମଦର ସାହି ଗ୍ରାମର ଅବସରପ୍ରାପ୍ତ ୭ ବିହାର ରେଜିମେଣ୍ଟ ସେନା କର୍ମଚାରୀ ନାୟକ ସୁଦର୍ଶନ ପ୍ରଧାନଙ୍କ ୫୦ ବର୍ଷ ବୟସରେ ପରଲୋକ ହୋଇ ଯାଇଥିବାରୁ ଦ୍ବାଦଶାହ ତିଥିରେ ସେନା ନିବୃତ୍ତ କର୍ମଚାରୀ ସଂଘ ପକ୍ଷରୁ ଏକ ସ୍ମୃତି ସଭାର ଆୟୋଜନ ହୋଇଥିଲା।ତାଙ୍କର ସ୍ତ୍ରୀ,ପୁଅ ମୋହିତ ଓ ପରିବାର ବର୍ଗଙ୍କୁ ନେଇ ଆଦିବାସୀ ରୀତିନୀତି ଅନୁସାରେ ସମସ୍ତ ଦୁର୍ବଳ କାର୍ଯ୍ୟ ସମାପନ ହୋଇଥିଲା ବେଳେ ସଂଘ କାର୍ଯ୍ୟକର୍ତ୍ତା ଓ ସାଥି ସେନା ନିବୃତ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ପ୍ରକାଶ ଯେ, ସ୍ବର୍ଗତ ସୁଦର୍ଶନ ୧୯୯୬ ମସିହାରେ କାର୍ଯ୍ୟ ଆରମ୍ଭ କରି ବେଶ ସୁନାମ ଅର୍ଜନ କରିବା ସହ,ବନ୍ଧୁ ବତ୍ସଳ, ଶାନ୍ତି,ସରଳ ଓ ଅମାୟିକ ବ୍ୟବହାରରେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ୨୦୧୩ ରେ ଅବସର ନେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ କ.ନୂଆଗାଁ ସେନା ନିବୃତ୍ତ ସଂଘ ପକ୍ଷରୁ ଉପସଭାପତି ଗିରିଜା ପ୍ରସାଦ ପାତ୍ର, ସଂପାଦକ ଶିବାନନ୍ଦ ପାତ୍ର,ସହ ସଂପାଦକ ବଳିୟାର ସିଂ ପ୍ରଧାନ, କୋଷାଧ୍ୟକ୍ଷ ବିପ୍ରଚରଣ ପ୍ରଧାନ,ବରିଷ୍ଠ କର୍ମକର୍ତ୍ତା ଧନେଶ୍ବର ମଲ୍ଲିକ,ରବି ମଲ୍ଲିକ, ସଂଯୋଜକ ହିମାଂଶୁ କୁମାର ମଲ୍ଲିକ, ନରେଶ ପ୍ରଧାନ, ଯୁଗଳ କିଶୋର ପାତ୍ର, ଚନ୍ଦ୍ର ମଣି ପ୍ରଧାନ,ଜନ୍ମେଜୟ ପ୍ରଧାନ, ରଜନୀ ସାହୁ,ଉମେଶ ସାହୁ ପ୍ରମୁଖ ଯୋଗ ଦେଇ ଦେଶ ମାତୃକାର ଯୋଗ୍ୟ ସନ୍ତାନ ତଥା ସ୍ଵର୍ଗତ ସାଥୀ ସୁଦର୍ଶନ ଭାଇଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sakala Khabar