Monday, 10 Aug, 6.51 am sakalakhabar.com

ହୋମ୍
ସୋର ବ୍ଲକ ନୂତନ କାର୍ଯ୍ୟାଳୟ ନିର୍ମାଣ ଅର୍ଥ ୪୦ ଲକ୍ଷ ଟଙ୍କା ଫେରିଯିବ : ରାଜନୈତିକ ଛକାପଞ୍ଝାରେ ଉନ୍ନୟନ କାର୍ଯ୍ୟ ଠପ୍

ସୋର : ସୋର ପଞ୍ଚାୟତ ସମିତି କାର୍ଯ୍ୟାଳୟ ୧୯୫୬ ମସିହାରେ ପ୍ରତିଷ୍ଠିତ ହୋଇଥିଲେବି ଆଜି ଯାଏଁ ବିଧିବଦ୍ଧ ଭାବେ ଏକ ସଂପୂର୍ଣ୍ଣ କାର୍ଯ୍ୟାଳୟ ନିର୍ମିତ ହୋଇପାରୁନି । ଏହି ବ୍ଲକର ପୁରୁଣା କାର୍ଯ୍ୟାଳୟ ବିପଦସଂକୁଳ ଥିବାବେଳେ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୧୫ ମସିହାରେ ୪୦ ଲକ୍ଷ ଟଙ୍କା ପୈଠ ହୋଇଥିଲା । ନୂତନ କାର୍ଯ୍ୟାଳୟ ର୍ନିମାଣ ପାଇଁ ପୁରୁଣା କାର୍ଯ୍ୟାଳୟ ଭଙ୍ଗି ଦିଆଯାଇଥିଲେବି ଏଯାଏଁ ରାଜନୈତିକ ଟଣାଉଟରାରେ କାର୍ଯ୍ୟ ଆରମ୍ଭ ହୋଇନି । ଏବେ କାର୍ଯ୍ୟାଳୟ ର୍ନିମାଣ ପାଇଁ ବ୍ୟୟ ଅଟକଳ ଦୁଇ ଗୁଣରୁ ଉଦ୍ଧ୍ୱର୍ ହୋଇଥିବା ବେଳେ ପୁରୁଣା ଅର୍ଥରେ କାର୍ଯ୍ୟାଳୟ ନିର୍ମାଣ ସମ୍ଭବ ହେବନି । ଏନେଇ ସୋର ବିଧାୟକ ପର୍ଶୁରାମ ଧଡା ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ସୋର ଗସ୍ତ ବେଳେ ଅବଗତ କରାଇଥିଲେ ।

ମନ୍ତ୍ରୀ ଶ୍ରୀ ଜେନାଙ୍କ ପରାମର୍ଶକ୍ରମେ ୯୭ ଲକ୍ଷ ଟଙ୍କାର ଏକ ନୂଆ ଅଟକଳ ସରକାରଙ୍କୁ ଦିଆଯାଇଛି । ହେଲେ ରାଜ୍ୟ ସରକାର କରୋନା କାଳରେ ନୂଆ ପ୍ରକଳ୍ପ ପାଇଁ ଅନୁମୋଦନ ନଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏମିତିରେ ଦୀର୍ଘ ୫ ବର୍ଷ ଧରି ପୈଠ ହୋଇଥିବା ୪୦ ଲକ୍ଷ ଟଙ୍କା ଏଯାଏଁ ଖର୍ଚ୍ଚ ହୋଇପାରିନଥିବାରୁ ଏହି ଅର୍ଥ ଏବେ ସରକାରଙ୍କ ରାଜକୋଷକୁ ଫେରିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏବେ କାର୍ଯ୍ୟାଳୟ ଚଳାଇବାକୁ ଆବଶ୍ୟକ କକ୍ଷ ନଥିବା ବେଳେ ବ୍ଲକ ପରିସରରେ ଥିବା ଏକ କୋଠାରେ ଦୀର୍ଘ ଦିନ ଧରି ରିଜର୍ଭ ଫୋର୍ସ ରହିଛନ୍ତି । ମହିଳା କର୍ମଚାରୀଙ୍କ ପାଇଁ ଶୈାଚାଳୟ ନାହିଁ । ଛୋଟିଆ ବିଲ୍ଡିଙ୍ଗ୍ରେ ବ୍ଲକ କାର୍ଯ୍ୟାଳୟ କଷ୍ଟେମଷ୍ଟେ ଚାଲିଛି । ବ୍ଲକ ପ୍ରତିଷ୍ଠାକୁ ୬୪ ବର୍ଷ ପୁରିଥିଲେବି ଏଯାବତ୍ ବିଧିବଦ୍ଧ ଭାବେ କାର୍ଯ୍ୟାଳୟଟିଏ ହୋଇନପାରିବା ସୋରବାସୀଙ୍କ ପାଇଁ ଘୋର ପରିତାପର ବିଷୟ । ସଂପୃକ୍ତ ବିଭାଗ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sakala Khabar
Top