Pic courtesy : livinghours.com ସହଜ ଉପାୟରେ ଘରେ ମଧ୍ୟ ଫେସିଆଲ କରି ଆପଣ ପାର୍ଲର ଭଳି ଚମକ ପାଇପାରିବେ। ଏଲେବେରା ଜେଲ୍ ସହଜରେ ପ୍ରତି ଘରେ ଉପଲବ୍ଧ। ଏହାର ଲାଭଦାୟକ ଗୁଣ ବିଷୟରେ ତ ସଭିଏଁ ଜାଣନ୍ତି। ଏହା ତ୍ୱଚା ପାଇଁ ଅମୃତ ସଦୃଶ। ପ୍ରାକୃତିକ ଆଣ୍ଟିଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଯାହା ତ୍ୱଚାର ବହୁ ସମସ୍ୟା ଦୂର କରିଥାଏ। ଜାଣନ୍ତୁ ଘରେ କିଭଳି କରିବେ ଏଲୋବେରା ଫେସିଆଲ.. ୧- ପ୍ରଥମ ପ୍ରଣାଳୀ - ୧ ଚାମଚ ଏଲୋବେରା ଜେଲ୍ ରେ କିଛି ଲେମ୍ବୁ ରସ ଭଲ ଭାବେ ମିଶାନ୍ତୁ। ଏହାକୁ ତ୍ୱଚାରୁ ଭଲ ଭାବେ ମାଲିସ କରନ୍ତୁ। ଏହାପରେ ତୁଳା ଦ୍ୱାରା ଏହାକୁ ପୋଛି ଦିଅନ୍ତୁ। ୨- ସ୍କ୍ରବିଙ୍ଗ- କିଛି ଗହମ ଗୁଣ୍ଡ ନିଅନ୍ତୁ। ଏଥିରେ ୧ ଚାମଚ ଏଲୋବେରା ଜେଲ୍ , ଅଳ୍ପ ଲେମ୍ବୁ ରସ ଭଲ ଭାବେ ମିଶାନ୍ତୁ। ଏଥିରେ ତ୍ୱଚାକୁ ଭଲ ଭାବେ ସ୍କ୍ରବିଙ୍ଗ କରନ୍ତୁ।