ସୁଭେନ୍ଦ୍ର ପଟ୍ଟନାୟକ (ଭୁବନେଶ୍ୱର) : ସ୍ୱାଧୀନତାର ସ୍ୱାଦ ଅତି ମିଠା ଅଟେ l ପସୁ-ପକ୍ଷୀ ,ଗଛ-ଲତା ,ପାଣି-ପବନ ଓ ମନୁଷ୍ୟ ସମସ୍ତଙ୍କର ସ୍ଵାଧୀନତ ଆବଶ୍ୟକ l ଏହି ସ୍ୱଦକୁ ଆଜି ପ୍ରାୟ ମଣିଷ ସମାଜ ଚାଖି ସରିଛି l ଏହି ସ୍ୱଦକୁ ଅନୁଭବ କରିବା ପାଇଁ ଆମର ପୂର୍ବ ପୁରୁଷ ଓ ମହାପୁରୁଷ ମାନେ ଏହି ପବିତ୍ର ଉତ୍କଳ ଭୂମିର ନିଜର ସାରା ଜୀବନ ଲଗାଇ ଦେଇଛନ୍ତି l ଆମର ପୁଣ୍ୟ ଭୂମି ଉତ୍କଳ ପୂର୍ବରୁ ଅନ୍ୟ ରାଜ୍ୟ ଭଳି ଇଂରେଜ ଶାସନର ଅଧୀନ ଥିଲା l ଆମର ସେହି ମହା ପୁରୁଷ ମାନେ ଆମକୁ ସ୍ଵାଧୀନତା ଦେବାପାଇଁ ତାଙ୍କର ସାରା ଜୀବନ ଲଗାଇ ଦେଇଛନ୍ତି l ସେମାନଙ୍କ ମଧ୍ୟରୁ ଜଣେ ହେଲେ ଚିର ସ୍ମରଣୀୟା ଓ ବନ୍ଦନୀୟା " ମା ରମା ଦେବୀ " l ୧୮୯୯ ମସିହା ଡିସେମ୍ବର ୩ ତାରିଖ ଦିନ କଟକ ଜିଲ୍ଲା ସ୍ଥିତ ସତ୍ୟଭାମା ପୁରରେ ଗୋପାଳ ବଲ୍ଲଭ ଦାସ ଓ ବସନ୍ତ କୁମାରୀ ଦେବୀଙ୍କ କୋଳରେ ଜନ୍ମ ନେଇଥିଲେ ଉତ୍କଳ ଭୂମିର ମହାନ ନାରୀ ମା ରମାଦେବୀ l ସେ ଥିଲେ ଦୁଃଖୀ ମାନଙ୍କର ସାଥି ଓ ଗରିବ ମାନଙ୍କର ଦୁଃଖ ହରିଣୀ l ପିଲା ବେଳରୁ ସେ କାହାର ଦୁଃଖ ଦୁର୍ଦଶା ଦେଖିଲେ ତାଙ୍କ ହୃଦୟ କାନ୍ଦି ଉଠୁଥିଲା l ସେ କେବେବି କାହା ଆଖିରେ ଲୁହ ଦେବାକୁ ଚାହୁଁ ନଥିଲେ l ମାତ୍ର ୧୫ ବର୍ଷ ବୟସରେ ବିବାହ କରିଥିଲେ ସେହି ସମୟର ଡେପୁଟି କଲେକ୍ଟର ଗୋପବନ୍ଧୁ ଚୌଧୁରୀଙ୍କୁ l ଗୋପବନ୍ଧୁ ଚୌଧୁରୀ ଥରେ ତାଙ୍କୁ କଥା ଛଳରେ ପଚାରିଥିଲେ ତମ ଜୀବନର ଲକ୍ଷ କଣ ?