Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୭୫ କିଗ୍ରାର କୁକୁର

୭୫ କିଗ୍ରାର କୁକୁର

ସମୟ Live 18 hrs ago

ରାଜନେତାଙ୍କ ବଦଳରେ ଦିଲ୍ଲୀର ସବୁଠାରୁ ମୋଟା କୁକୁର ଚୟନ କରିବା ପାଇଁ ଆୟୋଜିତ 'ଫ୍ୟାଟ୍ ଡଗ୍ସ ଅଫ୍ ଦିଲ୍ଲୀ' ପ୍ରତିଯୋଗିତାରେ ହାଉଜ୍ ଖାସର 'ଗୋଲା' ନାମ୍ନୀ ଏକ ମାଈ କୁକୁର ୬୬,୦୦୦ରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଛ । ତେବେ ୭୫ କିଲୋଗ୍ରାମ ଓଜନର କୁକୁର ଗୋଲା ପ୍ରତିଯୋଗିତା ଚାଲିଥିବା ସମୟରେ ହିଁ ମୃତ୍ୟୁବରଣ କରିବାଭଳି ଦୁଃଖଦାୟକ ଘଟଣା ସାମନାକୁ ଆସିଛି ।

ଦିଲ୍ଲୀସାରାରୁ ୬୪ଟି ମୋଟା କୁକୁରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ସମର୍ଥକମାନେ ସୋସିଆଲ ମିଡିଆରେ ରିଲ୍ସ, ମିମ୍ସ ଓ ପୋଷ୍ଟର ମାଧ୍ୟମରେ ଜୋରଦାର ପ୍ରଚାର କରିଥିଲେ । ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ଗୋଲା ଏବଂ ସାକେତର 'ଗୁଗୁ' (ଯିଏ ୩୯,୦୦୦ରୁ ଅଧିକ ଭୋଟ୍ ପାଇଥିଲା) ମଧ୍ୟରେ କଡ଼ା ମୁକାବିଲା ହୋଇଥିଲ । ଏହି ନିର୍ବାଚନ ପାଇଁ ଦିଲ୍ଲୀର ବିଭିନ୍ନ କାଫେରେ ପୋଲିଂ ବୁଥ୍ କରାଯାଇଥିଲା । ପ୍ରତିଯୋଗିତା ଶେଷରେ ଆୟୋଜକମାନେ ସମସ୍ତ ଅଂଶଗ୍ରହଣକାରୀ କୁକୁରଙ୍କୁ ସିରାମିକ୍ ବାସନ, ଏକ ପ୍ରାଣୀ ଆଶ୍ରୟସ୍ଥଳୀକୁ ୫୦,୦୦୦ ଟଙ୍କାର ଦାନ ଏବଂ କୁକୁର ଖାଦ୍ୟ ଓ ସାମଗ୍ରୀ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live