Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ୨ୟ ଦିନରେ ରତ୍ନଭଣ୍ଡାର ଗଣତି ଆରମ୍ଭ

ଆଜି ୨ୟ ଦିନରେ ରତ୍ନଭଣ୍ଡାର ଗଣତି ଆରମ୍ଭ

ସମୟ Live 1 week ago

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତିର ଆଜି ଦ୍ୱିତୀୟ ଦିନ । ସକାଳ ଧୂପ ପରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବାପରେ ପୂର୍ବାହ୍ନ ୧୧ଟା ୩୦ଠାରୁ ସନ୍ଧ୍ୟା ୬ଟା ୫୫ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ହୋଇଥିଲା । ଗତକାଲି ପ୍ରାୟ ୭ଘଣ୍ଟା ୨୫ମିନିଟର ଗଣତି ହୋଇଥିଲା । ୨୫ମେ ୨୦୨୬ରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟ ଗଣତି ପରେ ମୋଟ ଉପରେ ୮୫ଘଣ୍ଟା ୨୮ମିନିଟର ଗଣତି କାର୍ଯ୍ୟ ହୋଇଛି ।

୧୯୭୮ ମସିହାର ତାଲିକା ସହ ବର୍ତ୍ତମାନ ଚାଲିଥିବା ଅଳଙ୍କାରର ଗଣତିମଣତି ପ୍ରକ୍ରିୟା ରେ ସମ୍ପୂର୍ଣ୍ଣ ମେଳକ ହେଉଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ବାହାର ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଝୋବାକଣ୍ଟିର ଗଣତି ମଧ୍ୟ ହୋଇଛି । ଏହାକୁ ଗଣତି ପରେ ଭଣ୍ଡାର ମେକାପଙ୍କୁ ଜିମା ଦିଆଯାଇଛି ।

ରାଜ୍ୟ ସରକାରଙ୍କ ପ୍ରଦତ୍ତ ଏସଓପି ଅନୁଯାୟୀ ଗଣତି କାର୍ଯ୍ୟ ହେଉଥିବା ବେଳେ ଗତକାଲି ଅତିରିକ୍ତ ଏସଓପି ଜାରି କରିଛନ୍ତି ସରକାର । ଭିତରେ ୩ ସେଟ୍ କାସ୍କେଟରେ ବୃହତ୍ ତଥା ମୂଲ୍ୟବାନ ଅଳଙ୍କାର ରହିଛି । ଅତିରିକ୍ତ ଏସଓପି ଅନୁଯାୟୀ ଏହାକୁ ଭିତରେ ଗଣିବା ସମ୍ଭବ ନହେବାରୁ ଖଟଶେଯ ଘରକୁ ଆଣି ରଖାଯାଇଛି । ସେଠାରେ ଏହାର ମାପ ନିଆଯାଇଛି । ପରେ,ଗଣତି,ଓଜନ,ଭିଡିଓ ଗ୍ରାଫି,ଇତ୍ୟାଦି କରିବା କରେ ପୁନଶ୍ଚ ଭିତର ଭଣ୍ଡାରକୁ ସ୍ଥାନାନ୍ତର କରାଯିବ l ଆଗକୁ ଗଣତିମଣତି ହେବକି ନାହିଁ ସେନେଇ ନିଷ୍ପତ୍ତି ନେବ ଣ୍ରୀମନ୍ଦିରର ପ୍ରଶାସନ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live