Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଡ୍ରେନ ଭିତରେ କାର ପଶିଯିବାରୁ ଦମ୍ପତି ମୃତ

ଡ୍ରେନ ଭିତରେ କାର ପଶିଯିବାରୁ ଦମ୍ପତି ମୃତ

ସମୟ Live 2 weeks ago

ପାରାଦୀପ : ଡ୍ରେନରେ କାର୍ ପଶିଯିବାରୁ ଦମ୍ପତି ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ ବଜାରରେ। ମୃତକ ହେଲେ ପାରାଦୀପ ମେରାଇନ ବିଭାଗର ଅବସରପ୍ରାପ୍ତ ବିଭୁତି ଦାସ ଏବଂ ତାଙ୍କ ପତ୍ନୀ ପ୍ରତିମା ଦାସ । ଗତକାଲି ବିଭୁତି ଦାସ ଚାକିରିରୁ ଅବସର ପରେ ରାତିରେ ପାରାଦୀପ ଗଡ଼ରେ ଥିବା ନିଜ ଭଉଣୀ ଘରକୁ ଯାଇଥିଲେ ।

ବିଳମ୍ବିତ ରାତିରେ ଭଉଣୀ ଘରୁ କାରରେ ପାରାଦୀପ ଫେରୁଥିବା ବେଳେ ଗଡ଼ ମାର୍କେଟ କମ୍ପ୍ଲେକ୍ସ ରାସ୍ତା ଦେଇ ରାଜପଥକୁ ଉଠିବା ବେଳେ ଡିଭାଇଡରରେ ପିଟି ହୋଇ କାରଟି ରାସ୍ତା କଡ଼ରେ ଥିବା ଖାଲରେ ପଶିଯାଇଥିଲା । ଫଳରେ କାରଟି ପାଣି ଭିତରେ ବୁଡ଼ିରହିଥିବା ବେଳେ ସ୍ୱାମୀ, ସ୍ତ୍ରୀ ବାହାରକୁ ବାହାରି ପାରିନଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଏବଂ ଲକ୍ ଥାନା ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live