Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁଇଟି ପୃଥକ ପ୍ରଣାଳୀରୁ ଗଠିତ ହୋଇଥାଏ ମସ୍ତିଷ୍କ

ଦୁଇଟି ପୃଥକ ପ୍ରଣାଳୀରୁ ଗଠିତ ହୋଇଥାଏ ମସ୍ତିଷ୍କ

ସମୟ Live 8 hrs ago

ତାବ୍ଦୀ ଶତାବ୍ଦୀ ଧରି ବୈଜ୍ଞାନିକମାନେ ମାନବ ମସ୍ତିଷ୍କକୁ ଏକକ ଅଙ୍ଗ ଭାବେ ଗ୍ରହଣ କରିଥାଆନ୍ତି । ହେଲେ ଷ୍ଟାନ୍‌ଫୋର୍ଡ ଗବେଷକଙ୍କ ନେତୃତ୍ୱରେ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ମସ୍ତିଷ୍କ ପ୍ରକୃତରେ ଦୁଇଟି ପୃଥକ ପ୍ରଣାଳୀରୁ ଗଠିତ। ଯାହା ୫୦୦ ନିୟୁତରୁ ଅଧିକ ବର୍ଷ ପୂର୍ବେ ସ୍ୱତନ୍ତ୍ର ଭାବେ ବିକଶିତ ହୋଇଥିଲା । ଏହି ଆବିଷ୍କାର ମସ୍ତିଷ୍କ ବିକାଶ ସମ୍ପର୍କିତ ପୁରୁଣା ଧାରଣାକୁ ଚ୍ୟାଲେଞ୍ଜ କରିବା ସହ ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି ଏବଂ ଆମାୟୋଟ୍ରୋଫିକ୍ ଲେଟେରାଲ୍ ସ୍କ୍ଲେରୋସିସ୍ ଭଳି ମସ୍ତିଷ୍କ ଷ୍ଟେମ୍‌କୁ ପ୍ରଭାବିତ କରୁଥିବା ଗୁରୁତର ରୋଗଗୁଡ଼ିକର ଅଧ୍ୟୟନ ଓ ଚିକିତ୍ସାରେ ନୂତନ ଦିଗ ଦେଖାଇବ । ମାନବ ମସ୍ତିଷ୍କର ତିନୋଟି ମୁଖ୍ୟ ଭାଗ ଫୋର୍‌ବ୍ରେନ୍ , ମିଡ୍‌ବ୍ରେନ୍ ଓ ହାଇଣ୍ଡବ୍ରେନ୍ ମଧ୍ୟରୁ ଫୋର୍‌ବ୍ରେନ୍ ଭାଷା , ଚିନ୍ତନ ଓ ଚେତନା ନିୟନ୍ତ୍ରଣ କରୁଥିବା ବେଳେ ହାଇଣ୍ଡବ୍ରେନ୍ ହୃଦ୍‌ସ୍ପନ୍ଦନ , ଶ୍ୱାସକ୍ରିୟା , ନିଦ , ଭୋକ ଏବଂ ମୁଖମଣ୍ଡଳର ପେଶୀ ଚାଳନା ଭଳି ମୌଳିକ କାର୍ଯ୍ୟ ନିୟନ୍ତ୍ରଣ କରିଥାଏ । ପୂର୍ବରୁ ସମସ୍ତ ଭାଗ ଗୋଟିଏ ପ୍ରକାରର କୋଷରୁ ସୃଷ୍ଟି ବୋଲି ଭାବୁଥିବା ବୈଜ୍ଞାନିକମାନେ ଏବେ ଜାଣିବାକୁ ପାଇଛନ୍ତି ଯେ ଭ୍ରୁଣ ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟରୁ ମସ୍ତିଷ୍କର ଅଗ୍ର ଓ ପଶ୍ଚାତ୍ ଭାଗ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ' ପ୍ରୋଜେନିଟର କୋଷ ' ଗୋଷ୍ଠୀରୁ ବୃଦ୍ଧି ପାଆନ୍ତି ଏବଂ ଏଗୁଡ଼ିକ କେବେହେଲେ ମିଶିନଥାନ୍ତି । ଷ୍ଟାନ୍‌ଫୋର୍ଡର ବରିଷ୍ଠ ଗବେଷକ କାଏଲ୍ ଲୋ ' ଙ୍କ ଅନୁସାରେ , ଏହି ସୂଚନା ଆଧାରରେ ଲାବୋରେଟରୀରେ ଷ୍ଟେମ୍ କୋଷରୁ ହାଇଣ୍ଡବ୍ରେନ୍ ମୋଟର ନ୍ୟୁରୋନ୍ ସଫଳତାର ସହ ପ୍ରସ୍ତୁତ କରାଯାଇପାରିଛି । କୁକୁଡ଼ା , ଜେବ୍ରାଫିସ୍ ଓ ଏକୋର୍ଣ୍ଣ ୱାର୍ମ ଭଳି ଜୀବଙ୍କଠାରେ ମଧ୍ୟ ଏହି ସମାନ ଦୁଇ-ଭାଗ ବିଶିଷ୍ଟ ବିକାଶ ଢାଞ୍ଚା ଦେଖିବାକୁ ମିଳିଥାଏ ।

ତେଣୁ ଏହା ଅତ୍ୟନ୍ତ ପ୍ରାଚୀନ ବିକାଶ ପ୍ରକ୍ରିୟା ବୋଲି ସ୍ପଷ୍ଟ ହୋଇଛି, ଯାହା ଗବେଷକମାନଙ୍କୁ ସ୍ନାୟୁ ପ୍ରଣାଳୀର ଅନ୍ୟାନ୍ୟ ଅଙ୍ଗ ଯେପରିକି ସୁଷୁମ୍ନା କାଣ୍ଡର ଉତ୍ପତ୍ତି ସମ୍ପର୍କରେ ଅଧିକ ଗବେଷଣା କରିବାକୁ ପ୍ରୋତ୍ସାହିତ କରୁଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live