Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଏକାଥରେ ୪୬ ଛୁଆ

ସମୟ Live 1 week ago

ବ୍ରାଜିଲରେ ଏକ ଫାର୍ମରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଏକ ମାଈ ଘୁଷୁରି ଏକାସଙ୍ଗେ ୪୬ଟି ଛୁଆଙ୍କୁ ଜନ୍ମ ଦେଇ ସମସ୍ତଙ୍କୁ ଚକିତ କରିଦେଇଛି। ଏହି ମାଈ ଘୁଷୁରିଟି ନିଜର ପୂର୍ବ ତିନୋଟି ପ୍ରସବରେ ହାରାହାରି ୧୮ଟି ଛୁଆ ଜନ୍ମ କରିଥିଲା । ମାତ୍ର ଚତୁର୍ଥ ଥରରେ ସେ ୪୬ଟି ଛୁଆଙ୍କୁ ଜନ୍ମ ଦେଇ ନିଜର ପୂର୍ବ ରେକର୍ଡକୁ ଦୁଇ ଗୁଣରୁ ଅଧିକ କରିଦେଇଛି।

ବିଶେଷଜ୍ଞମାନଙ୍କ ମତରେ, ଏହି ଅସାଧାରଣ ସଫଳତା ପଛରେ କେବଳ ଉତ୍ତମ ଜେନେଟିକ୍ସ ନୁହେଁ, ବରଂ ସଠିକ୍ ପୋଷଣ, ଉପଯୁକ୍ତ ଯତ୍ନ, ଅନୁକୂଳ ପରିବେଶ ଏବଂ ବୈଷୟିକ ନିରୀକ୍ଷଣ ଏକ ବଡ଼ କାରଣ । ଆଧୁନିକ ବ୍ରିଡିଂ ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଧିକ ସଂଖ୍ୟାରେ ସୁସ୍ଥ ଛୁଆ ଜନ୍ମ କରାଇବା । ଘୁଷୁରି ଚାଷ କ୍ଷେତ୍ରରେ ଗୋଟିଏ ମାଈ ଘୁଷୁରିଠାରୁ ବର୍ଷସାରା ଯେତେ ଅଧିକ ସୁସ୍ଥ ଛୁଆ ମିଳିବେ, ଫାର୍ମର ଆଦାୟ ଓ ଉତ୍ପାଦନ ସେତେ ବୃଦ୍ଧି ପାଇଥାଏ । ଯଦିଓ ଏଭଳି ପ୍ରସବ ଏକ ବିରଳ ଘଟଣା, ତଥାପି ଏହା ସ୍ପଷ୍ଟ କରୁଛି ଯେ ବ୍ରାଜିଲରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଉନ୍ନତ ପରିଚାଳନା ଦ୍ୱାରା ପଶୁପାଳନ ବା ଘୁଷୁରି ଚାଷ କ୍ଷେତ୍ରରେ ଏକ ବଡ଼ ପ୍ରଗତି ହୋଇପାରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live