Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଣେଷଙ୍କୁ ଲାଗେ ଚା' ଭୋଗ

ଗଣେଷଙ୍କୁ ଲାଗେ ଚା' ଭୋଗ

ସମୟ Live 1 day ago

ଭାରତରେ ଭଗବାନ ଗଣେଶଙ୍କୁ ମୋଦକ ଓ ଲଡୁ ପ୍ରସାଦ ଆକାରରେ ଅର୍ପଣ କରାଯାଉଥିବା ବେଳେ ଥାଇଲାଣ୍ଡରେ 'ବବଲ୍ ଟି' ଭୋଗ ଚଢ଼ାଯାଉଥିବା ଏକ ନିଆରା ପରମ୍ପରା ସାମ୍ନାକୁ ଆସିଛି । ବ୍ୟାଙ୍କକ୍‌ର ଏକ ମଲ୍‌ ବାହାରେ ଥିବା ଗଣେଶ ମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ନିକଟରେ ଏହି ପାନୀୟ ରଖୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ତେବେ ଏହି ପାନୀୟଟି ହେଉଛି ବବଲ ଟି ବା ଏକ ପ୍ରକାରର ଚା । ଥାଇଲାଣ୍ଡରେ ଭଗବାନ ଗଣେଶଙ୍କୁ 'ଫ୍ରା ଫିକାନେଟ୍' ଭାବେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ମନସ୍କାମନା ପୂରଣ ହେଲେ ଶ୍ରଦ୍ଧାଳୁମାନେ ପୂର୍ବ ଅପେକ୍ଷା ଦ୍ୱିଗୁଣିତ ପରିମାଣର ବବଲ୍ ଟି ଚଢ଼ାଇଥାନ୍ତି । ଚା', ଖୀର ଏବଂ ନରମ ଟାପିଓକା ପର୍ଲସକୁ ନେଇ ତିଆରି ହେଉଥିବା ଏହି ସ୍ୱାଦିଷ୍ଟ ପାନୀୟଟି ସ୍ଥାନୀୟ ଲୋକଙ୍କର ଅତ୍ୟନ୍ତ ପ୍ରିୟ ହୋଇଥିବାରୁ, ସେମାନେ ନିଜର ପ୍ରିୟ ଜିନିଷକୁ ପ୍ରଭୁଙ୍କ ଚରଣରେ ଅର୍ପଣ କରୁଥିବା ଜଣାପଡ଼ିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live