Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୁଣିଆ ଠାରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟଣାରେ ୨ଗିରଫ

ଗୁଣିଆ ଠାରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟଣାରେ ୨ଗିରଫ

ସମୟ Live 2 days ago

ନ୍ଧମାଳ : ସନ୍ତାନ ଆଶାରେ ଗୁଣିଆ ଠାରୁ ଔଷଧ ଖାଇ ଦମ୍ପତିଙ୍କର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ । ଠକ ଗୁଣିଆ ସହ ସହଯୋଗୀଙ୍କୁ ଗିରଫ କରିଛି କନ୍ଧମାଳ ପୋଲିସ । ତଦନ୍ତରୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଗତ ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ୍ କଟ୍ରିଙ୍ଗିଆ ଗ୍ରାମପଚାୟତ ଅନ୍ତର୍ଗତ ନେଡିପଙ୍ଗା ଗ୍ରାମରେ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା ।

ଘଟଣାର ପର୍ଦ୍ଦାଫାସ କରି ମୁଖ୍ୟ ଅଭିଯୁକ୍ତ ଗୁଣିଆ ଅନୀଲ ପ୍ରଧାନ ଓରଫ୍ ମିଥୁନ ଦିଗାଲ ଓ ସହଯୋଗୀ ବ୍ରୁଡିପଡ଼ା ଗାଁର ସିତାୟା କହଁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋଛାପଡା ପୋଲିସ I ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି ।

ସୂଚନାନୁସାରେ, ନେଡ଼ିପଦର ଗାଁର କାହ୍ନୁଚରଣ କହଁର ଓ ତାଙ୍କ ପତ୍ନୀ ଲଳିତା କହଁରଙ୍କ ବିବାହର ୨୦ ବର୍ଷ ପରେ ମଧ୍ୟ ସନ୍ତାନ ହୋଇ ନ ଥିଲା l ନିଜକୁ ଗୁଣିଆ ପରିଚୟ ଦେଇ ଅନୀଲ ସନ୍ତାନ ପ୍ରାପ୍ତି ପାଇଁ ଔଷଧ ଦେବ ବୋଲି କହିଥିଲା। ଏଥିପାଇଁ ଦମ୍ପତିଙ୍କଠାରୁ ପ୍ରଥମେ ୩୦ ହଜାର ଟଙ୍କା ଓ ପରେ ପ୍ରାୟ ୧ ଲକ୍ଷ ଟଙ୍କାର ସୁନାଗହଣା ନେଇଥିଲା । ତେବେ ଏହି ସମୟରେ ଗୁଣିଆ ଅନିଲ ପ୍ରଧାନଙ୍କ ସହ ଲଳିତାଙ୍କ ସମ୍ପର୍କ ଗଢିଉଠିଥିଲା । ତେବେ ଔଷଧ ଖାଇବା ପରେ ମଧ୍ୟ କୌଣସି ଫଳ ନମିଳିବାରୁ ଗୁଣିଆଙ୍କ ଠାରୁ ଦେଇଥିବା ଟଙ୍କା ଓ ସୁନା ଗହଣା ଫେରାଇବାକୁ କହିଥିଲେ କାହ୍ନୁ । ସେପଟେ ଲଳିତା ମଧ୍ୟ ଅନିଲ କୁ ବିବାହ ପାଇଁ ଜିଦ ଧରିଥିଲେ । କିନ୍ତୁ ଅନୀଲ ବିବାହିତ ତଥା ୨ ଟି ସନ୍ତାନର ଜନକ ଥିବାରୁ ବିବାହ ପାଇଁ ରାଜି ହୋଇ ନଥିଲେ। ସେଥିପାଇଁ ଅନିଲ ତାଙ୍କ ସହଯୋଗୀ ସିତାୟା କହଁରଙ୍କ ସହ ମିଶି ଏକ ଷଡଯନ୍ତ୍ର ରଚିଥିଲେ ।

୨ ଜଣଙ୍କୁ ରାସ୍ତାରୁ ହଟାଇବାକୁ ଗତ ଅଗଷ୍ଟ ୨୩ ତାରିଖରେ ଉଭୟଙ୍କୁ ଔଷଧ କହି କୀଟନାଶକ ଖାଇବାକୁ ଦେଇଥିଲା । ଯେଉଁଥିରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏ ସଂପର୍କରେ ପୋଲିସ ତନାଘନା କରିବା ସହିତ ଦୁଇଟି ଟିମ୍ ଗଠନ କରି ଫେରାର ହୋଇଥିବା ଠକ ଗୁଣିଆ ଓ ତାର ସହଯୋଗୀ କୁ ଗିରଫ କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି ଏସପି। ଏନେଇ ଫୁଲବାଣୀ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି।ମୁଖ୍ୟ ଅଭିଯୁକ୍ତ ଅନୀଲକୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବାବେଳେ ତା ନାଁରେ ତାମିଲନାଡୁର ବିଭିନ୍ନ ଥାନାରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରହିଛି । ସେଠାରେ ମାମଲା ରୁଜୁ ପରେ ସେ ପରିଚୟ ବଦଳାଇ ଅନିଲ ପ୍ରଧାନ ନାମରେ ଫୁଲବାଣୀରେ ଲୁଚି ରହିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live