Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜମି ହଡପ ମାମଲାରେ ବ୍ରହ୍ମପୁରର ପୂର୍ବତନ ମେୟର ଦୋଷମୁକ୍ତ

ଜମି ହଡପ ମାମଲାରେ ବ୍ରହ୍ମପୁରର ପୂର୍ବତନ ମେୟର ଦୋଷମୁକ୍ତ

ସମୟ Live 2 weeks ago

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ଦାଶ ଜମି ହଡ଼ପ ମାମଲାରେ କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହୋଇଛନ୍ତି । ତାଙ୍କ ବିରୋଧରେ ଆସିଥିବା ବିଭିନ୍ନ ଅଭିଯୋଗ ମଧ୍ୟରୁ ଜମି ଜବରଦଖଲ ଓ ହଡ଼ପ ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ ଏହି ସୂଚନା ପ୍ରଦାନ କରିଛନ୍ତି । ପୂର୍ବରୁ ମଧ୍ୟ ତାଙ୍କ ନାମରେ ରହିଥିବା ପ୍ରାୟ ୩୯ଟି ଅପରାଧିକ ମାମଲା ମଧ୍ୟରୁ, ସେ ୧୩ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ।

ଏସସି/ଏସଟି ଜମି ହଡ଼ପ, ହତ୍ୟା ଉଦ୍ୟମ ଭଳି ଘଟଣାରେ ତାଙ୍କ ନାଁରେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଥିଲା । ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବର୍ତ୍ତମାନ ପିଣ୍ଟୁ ଦାସ ଜେଲ ରେ ଅଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live